କଂଗ୍ରେସକୁ ବନ୍ଧୁକ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ଆରଜେଡି; ପ୍ରଧାନମନ୍ତ୍ରୀ ମୋଦି
ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୬ ତାରିଖରେ ମତଗ୍ରହଣ କରାଯିବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଜୋର୍ଦାର ହୋଇଛି । ଏନ୍.ଡି.ଏ. ଏବଂ ମହାଗଠ ବନ୍ଧନର ଷ୍ଟାର୍ ପ୍ରଚାରକ ତଥା ଅନ୍ୟାନ୍ୟ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଚାଲିଛି । ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶ୍ଲେଷ ହେଉଛି ।
କଟିହାରରେ ଏକ ଜନସମାବେଈଁକୁ ସମ୍ବୋଧନ କରି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନିତିଶ କୁମାରଙ୍କ ନେତୃତ୍ବରେ ଏନ୍.ଡି.ଏ.ରେ ବିହାରରେ ସୁ- ଶାସନ ପ୍ରଦାନ କରିଛି ଏବଂ ରାଜ୍ୟ ବିକାଶର ପଥରେ ଅଗ୍ରଗତି କରିଛି । ବୋଲି ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଆରଜେଡି ପୋଷ୍ଟରଗୁଡ଼ିକରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଫଟୋ ନ ଥିବାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆରଜେଡି ଏବଂ କଂଗ୍ରେସ ପୋଷ୍ଟରଗୁଡ଼ିକୁ ଦେଖନ୍ତୁ। ସେ (ଲାଲୁ ଯାଦବ), ଯିଏ ବହୁ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବିହାରରେ ଜଙ୍ଗଲ ରାଜ ଆଣିଥିଲେ, ତାଙ୍କ ଫଟୋ ପୋଷ୍ଟରଗୁଡ଼ିକରୁ ହଜିଯାଇଛି କିମ୍ବା ଏତେ ଛୋଟ ଯେ, ଟେଲିସ୍କୋପ ଦ୍ୱାରା ମଧ୍ୟ ଦେଖାଯାଇପାରିବ ନାହିଁ। ଆପଣ ଆପଣଙ୍କ ପିତାଙ୍କ ନାମ ଉଲ୍ଲେଖ କରିବାକୁ କାହିଁକି ଲଜ୍ଜିତ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେଉଁମାନେ ବିହାରୀମାନଙ୍କୁ ହଇରାଣ କରନ୍ତି ଏବଂ ସେମାନଙ୍କ ସହିତ ଦୁର୍ବ୍ୟବହାର କରନ୍ତି, କଂଗ୍ରେସ ସେମାନଙ୍କୁ ପ୍ରଚାର କରିବାକୁ ନିମନ୍ତ୍ରଣ କରିଛି,ଯାହା ଦ୍ୱାରା ଆରଜେଡି ଆପଣଙ୍କ କ୍ରୋଧର ସମ୍ମୁଖୀନ ହୁଏ। କଂଗ୍ରେସ ଜାଣେ ଯେ, ଯଦି ଏଥର ମଧ୍ୟ ଆରଜେଡି ହାରିଯାଏ, ତେବେ ଏହାର ରାଜନୈତିକ କ୍ୟାରିଅର ଶେଷ ହୋଇଯିବ ଏବଂ କଂଗ୍ରେସ ଏହାର (ଆରଜେଡିର) ଭୋଟ ବ୍ୟାଙ୍କକୁ କବଜା କରିବ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଭିନ୍ନ ରାଜ୍ୟର କଂଗ୍ରେସ ନେତାମାନଙ୍କୁ ବିହାରର ଲୋକଙ୍କ ବିଷୟରେ ଜାଣିଶୁଣି ଅପମାନଜନକ କଥା କହିବାକୁ ବାଧ୍ୟ କରାଯାଉଛି। କେରଳର ଜଣେ କଂଗ୍ରେସ ନେତା ବିହାରର ଲୋକଙ୍କୁ ବିଡ଼ି ସହିତ ତୁଳନା କରିଛନ୍ତି; ଏହା ମଧ୍ୟ କଂଗ୍ରେସର ରଣନୀତିର ଏକ ଅଂଶ।
ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏମାନେ ଭୋଟ ପାଇବା ପାଇଁ ସୁରକ୍ଷା ସହିତ ବୁଝାମଣା କରୁଛନ୍ତି। ସେମାନେ ଅନୁପ୍ରବେଶକାରୀଙ୍କୁ ଆପଣଙ୍କର ଅଧିକାର ଥିବା ଖାଦ୍ୟ ଶସ୍ୟ ଦେବାକୁ ଚାହାଁନ୍ତି। ଭାରତର ସମ୍ବଳ ଉପରେ କେବଳ ଭାରତର ନାଗରିକମାନଙ୍କର ଅଧିକାର ଅଛି, କିନ୍ତୁ କଂଗ୍ରେସ ଏବଂ ଆରଜେଡିର ଲୋକମାନେ ବନ୍ଧୁକ ଏବଂ ମୌଳବାଦୀଙ୍କୁ ପସନ୍ଦ କରନ୍ତି।
ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏନ୍.ଡି.ଏ. ପ୍ରାର୍ଥୀଙ୍କ ସପକ୍ଷରେ ସେଓହର୍ ଏବଂ ସୀତାମାଢ଼ିରେ ଜନସମIବେଶକୁ ସମ୍ବୋଧନ କରିଛନ୍ତି । ବିଜେପିର ଅନ୍ୟତମ ଷ୍ଟାର୍ ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ଯ ଆଜି କେତୋଟି ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ।
ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଳେଶ ଯାଦବ ମହାଗଠବନ୍ଧନ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ ।












Click it and Unblock the Notifications