୧୪୩ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆରଜେଡି
ରାଷ୍ଟ୍ରୀୟ ଜନତା ଦଳ ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ମୋଟ ୧୪୩ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ପ୍ରକାଶ ପାଇଥିବା ଏହି ତାଲିକାରେ ଯୁବ, ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ପ୍ରଥମେ ପ୍ରାଥମିକତା ଦିଆଯାଇଛି। ଆରଜେଡି ମହୁଆରୁ ମୁକେଶ ରୋଶନଙ୍କୁ ମନୋନୀତ କରିଛି। ଯିଏକି ତେଜ ପ୍ରତାପ ଯାଦବଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଚଳିତ ବିଧାନସଭା ନିର୍ବାଚନରେ ଆରଜେଡି ୧୮ ଜଣ ସଂଖ୍ୟାଲଘୁ ପ୍ରାର୍ଥୀ ଏବଂ ୨୪ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ପୁଣି ଥରେ ତାଙ୍କର ପାରମ୍ପରିକ ଗଡ଼ ବୋଲି କୁହାଯାଉଥିବା ରାଘୋପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।












Click it and Unblock the Notifications