ନୂଆ ସଂସଦ ଭବନର ଡିଜାଇନକୁ କଫିନ ସହ ତୁଳନା କଲା ଆରଜେଡି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ସଂସଦ ଭବନର ଲୋକର୍ପଣ କରିଛନ୍ତି । ଅନ୍ୟପଟେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ସଂସଦ ଭବନକୁ ନେଇ ଚାଲିଥିବା ବିବାଦର ଅନ୍ତ ହେଉ ନାହିଁ ।
ନୂଆ ସଂସଦ ଭବନର ଡିଜାଇନକୁ କଫିନ ସହ ତୁଳନା କରିଛି ଆରଜେଡି । ଟ୍ୱିଟ୍ କରି ଆରଜେଡି ପକ୍ଷରୁ କୁହାଯାଇଛି ଯେ, ନୂଆ ସଂସଦ ଭବନର ଡିଜାଇନ୍ କଫିନ୍ ପରି ହୋଇଛି । ନୂଆ ସଂସଦର ଫଟୋ ସହ ଏକ କଫିନର ଫଟୋ ମଧ୍ୟ ଏହି ଟ୍ୱିଟରେ ସେୟାର କରାଯାଇଛି ଏବଂ ପ୍ରଶ୍ନ କରାଯାଇଛି ଏହା କ'ଣ ?
ये क्या है? pic.twitter.com/9NF9iSqh4L
— Rashtriya Janata Dal (@RJDforIndia) May 28, 2023
ଆରେଜେଡି ନେତା ଶକ୍ତି ସିଂହ ଯାଦବ କହିଛନ୍ତି, ଆମ ଦଳ ପକ୍ଷରୁ ଯେଉଁ ଫଟୋ ସେୟାର କରାଯାଇଛି,ବର୍ତ୍ତମାନ ତାହା ଆମ ଦେଶର ଗଣତନ୍ତ୍ରର ସ୍ଥିତି । ଏହା ଗ୍ରହଣୀୟ ନୁହେଁ । ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର, ଯେଉଁଠି ଆଲୋଚନା କରାଯାଏ । ହେଲେ ଏବେ ଭଭୟ ପରମ୍ପରା ଓ ସମ୍ବିଧାନର ଉଲ୍ଲଂଘନ କରାଯାଉଛି ।
ଅନ୍ୟପଟେ ଆରଜେଡିର ଏହି ଟ୍ୱଟକୁ ବିରୋଧ କରିଛି ବିଜେପି । ଦେଶର ନୂଆ ସଂସଦ ଭବନକୁ ଯେଉଁ ମାନେ କଫିନ ସହ ତୁଳନା କରୁଛନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବା ଉଚିଚ୍ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ସେହିପରି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ଜନତା ତୁମକୁ କଫିନରେ ଭର୍ତ୍ତି କରି ମାଟିରେ ପୋତି ଦେବେ । ତେବେ ବିଜେପି ଲଗାତାର ଏହି ମନ୍ତବ୍ୟକୁ ବିରୋଧ କରୁଛି । ଆରଜେଡି ଭାରତୀୟ ଗଣତନ୍ତ୍ରକୁ ଅପମାନିତ କରୁଛି ବୋଲି ମଧ୍ୟ ବିଜେପି ପକ୍ଷରୁ ଦାବି କରାଯାଉଛି ।












Click it and Unblock the Notifications