ମୁମ୍ବାଇର ନୂଆ ମେୟର ଭାବେ ରିତୁ ତାୱଡେ ନିନ୍ଦ୍ୱନ୍ଦରେ ନିର୍ବାଚିତ

ବିଏମସି ନିର୍ବାଚନ ଫଳାଫଳ ପରେ ସମସ୍ତଙ୍କ ନଜର ମୁମ୍ବାଇ ମେୟରଙ୍କ ପଦବୀ ଉପରେ ରହିଥିଲା । କିଏ ଏହି ଆସନରେ ବସିବ ଚର୍ଚ୍ଚା ଲାଗି ରହିଥିଲା । ବିଜେପିର ବିଜୟ ପରେ ସେମାନଙ୍କ ଦଳରୁ ଜଣେ ମେୟର ହେବେ ବୋଲି ଘୋଷଣା କରାଯାଇଥିଲା । ଆଜି, ସେହି ପ୍ରତିଶ୍ରୁତି ଆନୁଷ୍ଠାନିକ ଭାବରେ ପୂରଣ ହୋଇଛି । ରିତୁ ତାୱଡେ ମୁମ୍ବାଇର ନୂଆ ମେୟର ଭାବେ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଏକନାଥ ସିନ୍ଦେଙ୍କ ଶିବସେନା ସଦସ୍ୟ ସଞ୍ଜୟ ଘାଡି ଡେପୁଟି ମେୟର ଭାବରେ କାର୍ଯ୍ୟ କରିବେ । ଉଭୟ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

Ritu Tawde

ରିତୁ ତାୱଡେ କିଏ ? ରିତୁ ତାୱଡେ ଲଗାତାର ତୃତୀୟ ଥର ପାଇଁ ଘଟକୋପରରୁ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ସେ ପୂର୍ବରୁ ବିଏମସିର ଶିକ୍ଷା କମିଟିର ଅଧ୍ୟକ୍ଷା ଭାବରେ କାର୍ୟ୍ୟ କରିଥିଲେ। ସେ ବର୍ତ୍ତମାନ ମହାରାଷ୍ଟ୍ର ପ୍ରଦେଶ ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୨ ରେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ସେବେଠାରୁ, ଦଳ ଭିତରେ ତାଙ୍କର ପ୍ରତିଷ୍ଠା କ୍ରମାଗତ ଭାବରେ ବଢି ବଢି ଚାଲିଛି । ଏବେ ତାଙ୍କ ଭାଗ୍ୟ ଚମକିଛି । ସେ ବିଏମ୍‌ସି ମେୟର ହୋଇଛନ୍ତି । ରିତୁ ତାୱଡେ ଜଣେ ବରିଷ୍ଠ ବିଜେପି କର୍ପୋରେଟର । ସେ ୨୦୧୨ ରେ ୱାର୍ଡ ନମ୍ବର ୧୨୭ ରୁ ଜିତିଥିଲେ, ୨୦୧୭ ରେ ୱାର୍ଡ ନମ୍ବର ୧୨୧ ରୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୨୫ ନିର୍ବାଚନରେ ୱାର୍ଡ ନମ୍ବର ୧୩୨ରୁ ଜିତିଥିଲେ । ରିତୁ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନର ଶିକ୍ଷା କମିଟିର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି ମେୟର ପଦ ପାଇଁ ଏକ ଦୃଢ଼ ଦାବିଦାର ଭାବରେ ବିବେଚିତ ହୋଇଥିଲେ । ନିନ୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ମୁମ୍ବାଇକୁ ଏମିତି ଜଣେ ମେୟର ମିଳିଛନ୍ତି ଯିହାଙ୍କ ପାଖରେ ଶିକ୍ଷାରେ ସୁଧାର ଆଣିବା କ୍ଷେତ୍ରରେ ଲମ୍ଭା ଅନୁଭବ ରହିଛି ।

​​​​​​

କହି ରଖୁଛି କି, ୧୫ ଜାନୁଆରୀ ୨୦୨୬ରେ ବିଏମସି ନିର୍ବାଚନ ହୋଇଥିଲା, ଯେଉଁଥିରେ ବିଜେପି ଏବଂ ଏକନାଥ ସିନ୍ଦେଙ୍କ ଶିବସେନାର ମହାୟୁତି ମେଣ୍ଟ ବହୁମତ ହାସଲ କରିଥିଲେ । ଏହି ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ଦଳ ହୋଇ ପ୍ରାୟ ୮୯ଟି ଆସନ ଜିତିଥିଲା । ଶିବସେନା ସିନ୍ଦେ ଗୋଷ୍ଠୀ ୨୯ଟି ଆସନ ଜିତିଥିଲା । ମୋଟ ଉପରେ, ମହାୟୁତିର ୧୧୮ରୁ ଅଧିକ ଆସନ ଅଛି । ୨୨୭ ସଦସ୍ୟ ବିଶିଷ୍ଟ ଗୃହରେ ବହୁମତ ପାଇଁ ୧୧୪ଟି ଆସନ ଆବଶ୍ୟକ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+