ଅଖିଲେଶ ଯାଦବଙ୍କ ଦାଦା ରାଜପାଳ ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ କାକା ରାଜପାଲ ସିଂହ ଯାଦବଙ୍କ ଦେହାନ୍ତ । ଆଜି ଭୋର ୪ ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।ତେବେ ରାଜପାଲ ସିଂହ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ଚିକିତ୍ସିତ ଥିଲେ ଆଜି ପୈତୃକ ଗ୍ରାମ ସୈଫଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ରାଜପାଲ ସିଂହ ଯାଦବଙ୍କ ବିୟୋଗରେ ଅଖିଳେଶ ଯାଦବ ଏବଂ ତାଙ୍କ ଭାଇ ରାମ ଗୋପାଳ ଯାଦବ ଶୋକ ପ୍ରକାଶ କରିଛନ୍ତି । ରାମ ଗୋପାଳ ଯାଦବ ସୋସିଆଲ ମେଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, 'ବହୁତ ଦୁଃଖର ସହିତ ମୁଁ ଆପଣଙ୍କୁ ଜଣାଉଛି କି ମୋ ସାନ ଭାଇ ରାଜପାଲ ସିଂହଙ୍କର ଆଜି ଭୋର ୪ଟାରେ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଅକାଳ ବିୟୋଗ ହୋଇଛି । ତାଙ୍କର ଶେଷକୃତ୍ୟ ମୋ ଜନ୍ମସ୍ଥାନ ସୈଫଇରେ କରାଯିବ। ଶେଷକୃତ୍ୟ ଆଜି ଅପରାହ୍ନରେ ପରେ କରାଯିବ । ପ୍ରଭୁ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ଚରଣ କମଳରେ ସ୍ଥାନ ଦିଅନ୍ତୁ । ଓମ୍ ଶାନ୍ତି !'

ସୂଚନାଯୋଗ୍ୟ, ରାଜପାଲ, ମୁଲାୟମ ସିଂହଙ୍କ ୩ନଂ ଭାଇ । ରାଜପାଲଙ୍କ ପତ୍ନୀ ଇଟାୱା ଜିଲ୍ଲାର ପଞ୍ଚାୟତର ଅଧ୍ୟକ୍ଷ ଭାବେ ରହିଛନ୍ତି । ମୁଲାୟମଙ୍କ ପରିବାରର ପ୍ରଥମ ବୋହୂ, ଯିଏ ରାଜନୀତିରେ ପାଦ ରଖିଥିଲେ । ୨୦୨୨, ଅକ୍ଟୋବର ୧୦ ତାରିଖରେ ୮୨ ବର୍ଷ ବୟସରେ ମୁଲାୟମ ସିଂ ଯାଦବଙ୍କର ପରଲୋକ ହୋଇଥିଲା ।

RIP Rajpal Yadav

ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ମୁଲାୟମ ସିଂ ଯାଦବଙ୍କୁ ୟୁରିନ୍ ସଂକ୍ରମଣ, ବ୍ଲଡ ପ୍ରେସରର ସମସ୍ୟା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା, ଯାହାଫଳରେ ତାଙ୍କୁ ମେଦାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିଲା ।

ମୁଲାୟମ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୭ ଥର ସଂସଦକୁ ନିର୍ବାଚିତ ହେବା ସହ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାମ କରିଥିଲେ । ୟୁପିରୁ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମୁଲାୟମ ସିଂ ଯାଦବ ବର୍ତ୍ତମାନ ମୁଲାୟମ ସିଂ ମେନପୁରୀ ଆସନରୁ ଲୋକସଭା ସାଂସଦ ଥିଲେ । ଉତ୍ତରପ୍ରଦେଶର ରାଜନୀତି ହେଉ ବା ଦେଶର ରାଜନୀତି, ମୁଲାୟମ ସିଂ ଯାଦବ ପ୍ରମୁଖ ନେତାଙ୍କ ମଧ୍ୟରେ ଥିଲେ ଜନନାୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+