ବଦଳିବ କି କୁତୁବମିନାର ନାମ ?
କୁତୁବମିନାର ନାମ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ନ୍ୟାସନାଲ ସ୍ମାରକୀ ପ୍ରାଧିକରଣ ଅଧ୍ୟକ୍ଷ ତରୁଣ ବିଜୟ ଏହି ପ୍ରସଙ୍ଗରେ ASIକୁ ଚିଠି ଲେଖିବା ପରେ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି।
ନୂଆଦିଲ୍ଲୀ: କୁତୁବମିନାର ନାମ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ନ୍ୟାସନାଲ ସ୍ମାରକୀ ପ୍ରାଧିକରଣ ଅଧ୍ୟକ୍ଷ ତରୁଣ ବିଜୟ ଏହି ପ୍ରସଙ୍ଗରେ ASIକୁ ଚିଠି ଲେଖିବା ପରେ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଛି। କୁତୁବମିନାର କମ୍ପ୍ଲେକ୍ସରେ ଅବସ୍ଥିତ କୁବ୍ବକ-ଉଲ-ଇସଲାମ ମସଜିଦର ଢାଞ୍ଚାରୁ ମୂର୍ତ୍ତି ହଟାଇବା ପାଇଁ ଦାବି ହେଉଛି।

ମଙ୍ଗଳବାର କୁତୁବମିନାର କମ୍ପ୍ଲେକ୍ସରେ ହନୁମାନ ଚାଳିଶା ପାଠ କରିବାକୁ ଯାଉଥିବା ହିନ୍ଦୁ ସଂଗଠନର ଅନେକ ନେତାଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି। ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟର କର୍ମୀମାନେ ହନୁମାନ ଚାଳିଶା ପଢିବା ପାଇଁ ମେହରୋଲିରୁ କୁତୁବମିନାର ଯିବା ବାଟରେ ବାଟରୁ ଦିଲ୍ଲୀ ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। କୁତୁବମିନାରରେ ଥିବା ଗଣେଶଙ୍କର ଦୁଇ ଓଲଟା ମୂର୍ତ୍ତିକୁ ନେଇ ହିନ୍ଦୁ ସଙ୍ଗଠନ ଗୁଡିକ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ୍ର କହିଛି ଯେ, ମସଜିଦରେ ଲାଗିଥିବା ଭାଗବାନଙ୍କ ଓଲଟା ମୂର୍ତ୍ତି ଦେଖି ଲୋକଙ୍କ ଭାବନା ଆଘାତପ୍ରାପ୍ତ ହେଉଛି। ସେଗୁଡିକୁ ଯଥାଶୀଘ୍ର ହଟାଇବା ଉଚିତ ।
ୟୁନାଇଟେଡ୍ ହିନ୍ଦୁ ଫ୍ରଣ୍ଟ୍ର ନେତା ଜୟ ଭଗବାନ ଗୋଏଲ, ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ସହିତ ମଙ୍ଗଳବାର କୁତୁବମିନାର କମ୍ପ୍ଲେକ୍ସରେ ହନୁମାନ ଚାଳିଶା ପଢିବାକୁ ଘୋଷଣା କରିଥିଲେ। କିନ୍ତୁ ପୋଲିସ ଏହାକୁ ଅନୁମତି ଦେଇନଥିଲା। ଭଗବାନ ଗୋଏଲ କହିଛନ୍ତି ଯେ, ସେ ତାଙ୍କ ସମର୍ଥକଙ୍କ ସହ ସେଠାକୁ ଯିବେ ଏବଂ କୁବ୍ବାତ-ଉଲ-ଇସଲାମ ମସଜିଦ ନାମରେ ପରିଚିତ ଢାଞ୍ଚାକୁ ମନ୍ଦିର ଘୋଷିତ କରିବାକୁ ଦାବି କରିବେ। ସେଠାରେ ହନୁମାନ ଚାଳିଶା ପଢିବେ। ଏଠାରେ ମନ୍ଦିର ତିଆରି କରି ପୂଜା କରାଯିବା ଉଚିତ।
ଅନେକ ବିଶେଷଜ୍ଞଙ୍କ ଅନୁସାରେ କୁତୁବମିନାର ନାମରେ ପରିଚିତ ସ୍ତମ୍ଭର ପ୍ରକୃତ ନାମ ବିଷ୍ଣୁ ସ୍ତମ୍ଭ। କିନ୍ତୁ କିଛି ଭିନ୍ନ ବିଚାରଧାରାର ଲୋକମାନେ ଇତିହାସକୁ ଭୁଲ ଲେଖିଛନ୍ତି। ତେଣୁ ଏହାର ପ୍ରକୃତ ନାମ ଅନୁସାରେ ବିଷ୍ଣୁ ସ୍ତମ୍ଭ ଭାବରେ ଘୋଷଣା କରାଯାଉ ବୋଲି ଗୋଏଲ କହିଛନ୍ତି ।












Click it and Unblock the Notifications