ଟ୍ରମ୍ପଙ୍କ ପଦକ୍ଷେପକୁ ଜେଲେନସ୍କିଙ୍କ ସମର୍ଥନ, କହିଲେ ଭାରତ ଉପରେ ଶୁଳ୍କ ଲଗାଇ ଠିକ କରିଛନ୍ତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ କଠୋର ଶୁଳ୍କ ଲାଗୁ କରିଛନ୍ତି। ଏବେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଟ୍ରମ୍ପଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲଗାଇ ସଠିକ୍ ନିଷ୍ପତ୍ତି ନେଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କକୁ ସମର୍ଥନ କରିଥିଲେ ଏବଂ କହିଥିଲେ ଯେ ଅନେକ ୟୁରୋପୀୟ ଦେଶ ଏବେ ବି ରୁଷିଆରୁ ତେଲ ଏବଂ ଗ୍ୟାସ କିଣୁଛନ୍ତି, ଯାହା ଠିକ ନୁହେଁ। ରୁଷିଆ ସହିତ ବାଣିଜ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବା ଉଚିତ।

ଜେଲେନ୍ସକିଙ୍କ ଅନୁସାରେ, ଟ୍ରମ୍ପ ଏବଂ ପୁଟିନ ୩ ସପ୍ତାହ ପୂର୍ବେ ଆଲାସ୍କାରେ ସାକ୍ଷାତ କରିଥିଲେ। କିନ୍ତୁ ଏହା ପରେ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ। ରୁଷିଆ ଲଗାତାର ୟୁକ୍ରେନ ଉପରେ ଆକ୍ରମଣ କରୁଛି।












Click it and Unblock the Notifications