ଧନୀ ରାଜ୍ୟ ରେସରେ ସବୁଠୁ ଆଗରେ ମହାରାଷ୍ଟ୍ର

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ଆରମ୍ଭରୁ କହିଥିଲେ, ୨୦୨୭-୨୮ ପର୍ଯ୍ୟନ୍ତ ଭାରତ ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି। ସେ କହିଥିଲେ, ୫ ଟ୍ରିଲିୟନ ଡଲାର ଜିଡିପି ଅର୍ଥାତ ସକଳ ଘରୋଇ ଉତ୍ପାଦର ଲକ୍ଷ୍ୟ ପାଥବା ପାଇଁ ଦେଶ ଏହି ଉପଲବ୍ଧି ହାସଲ କରିନେବ। ଏବେ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ବଢୁଥିବା ବେଗ ଏହାର ସମ୍ଭବାନକୁ ବଢାଇ ଦେଇଛି।

ଏହା ସହ ଅନୁମାନ କରାଯାଉଛି ଯେ, ୬ ବର୍ଷରେ ଭାରତର ନମିନାଲ ଜିଡିପି ଦୁଇଗୁଣା ପାଖାପାଖି ହୋଇଯିବ। ଏହି ଲିଷ୍ଟର ଟପ୍‌ରେ ରହିଛି ମହାରାଷ୍ଟ୍ର, ଯାହାକି ଦେଶର ଜିଡିପିରେ ୧୩.୩୦% ଯୋଗଦାନ ଦେଉଛି। ଏହାପରେ ୮.୯୦%ର ଯୋଗଦାନ ଦେଉଥିବା ତାମିଲନାଡୁ ରହିଛି। ତୃତୀୟ ଓ ଚତୁର୍ଥ ସ୍ଥାନରେ କର୍ଣ୍ଣାଟକ ଓ ଗୁଜରାଟ ରହିଛି।

ସେଠାରେ କ୍ରମଶଃ ୮.୨୦% ଓ ୮.୧୦% ଯୋଗଦାନ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ ପଞ୍ଚମ ସ୍ଥାନରେ ରହିଛି, ଯାହାକି ଦେଶର ଜିଡିପିରେ ୮.୪୦%ର ଅଂଶୀଦାର ରହିଛି। ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀ ଏହି ଲିଷ୍ଟର ୧୩ ତମ ସ୍ଥାନରେ ରହିଛି। ସେଠାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଜିଏସ୍‌ଡିପିର ଅନୁମାନ ୧୧.୦୭ ଲକ୍ଷ କୋଟି ଟଙ୍କା ରହିଛି।

mumbai

ସେଭଳି ଦିଲ୍ଲୀ ଦେଶର ଅର୍ଥବ୍ୟବସ୍ଥାରେ ୩.୬% ଯୋଗଯାନ ଦେଉଛି। ଏସ୍‌ଆଣ୍ଡପି ଗ୍ଲୋବାଲ ଅନୁମାନ ଅନୁସାରେ, ଆର୍ଥିକ ବର୍ଷ ୨୦୩୦-୩୧ ପର୍ଯ୍ୟନ୍ତ ଭାରତ ନମିନାଲ ଜିଡିପି ଦୁଇଗୁଣା ପାଖାପାଖି ହୋଇ ୭ ଟ୍ରିଲିୟନ ହଲାରକୁ ପାର କରିନେବ। ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଲକ୍ଷ୍ୟକୁ ହାସଲ କରିବା ଦୌଡରେ ବହୁ ରାଜ୍ୟରେ ଆଗକୁ ବଢୁଥିବାର ଦେଖିବାକୁ ମିଳିଛି। ସେଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜିଡିପିଏସ୍‌ ଅର୍ଥାତ ସକଳ ରାଜ୍ୟ ଘରୋଇ ଉତ୍ପାଦ ଓ ଜିଡିପି ଦୃଷ୍ଟିରୁ ଯୋଗଦାନ ବଡ଼ ଭୂମିକା ଗ୍ରହଣ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+