ସୁପ୍ରିମ୍‌କୋର୍ଟ ଗଲେ ସନ୍ଦୀପ ଘୋଷ, ହାଇକୋର୍ଟ ଦେଇଥିବ ଟିପ୍ପଣୀ ...

ନୂଆଦିଲ୍ଲୀ : କୋଲକାତାର ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚି ଆବେଦନ କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ, ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କୋଲକାତା ହାଇକୋର୍ଟ ତାଙ୍କ ପକ୍ଷର ଶୁଣାଣି କରିନାହାନ୍ତି। ହସ୍‌ପିଟାଲରେ ହୋଇଥିବା ବଳାତ୍କାର ଘଟଣାକୁ ଦୁର୍ନୀତି ଅଭିଯୋଗ ସହିତ ଯୋଡିବାକୁ ନେଇ ହାଇକୋର୍ଟ ଦେଇଥିବା ମନ୍ତବ୍ୟକୁ ହଟାଇବାକୁ ଘୋଷ ଦାବି କରିଛନ୍ତି ।ସୁପ୍ରିମକୋର୍ଟ ସେପ୍ଟେମ୍ବର ୬ ତାରିଖ ଶୁକ୍ରବାର ଦିନ ଏହି ପିଟିସନର ଶୁଣାଣି କରିବେ।

Sandip Ghosh

ଆରଜି କର ମେଡିକାଲ କଲେଜ ଏବଂ ହସ୍‌ପିଟାଲର ପୂର୍ବତନ ପ୍ରିନ୍‌ସପାଲ ଡା.ସନ୍ଦିପ ଘୋଷଙ୍କୁ ମଙ୍ଗଳବାର (ସେପ୍ଟେମ୍ବର ୩) ୮ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ଯେଉଁଠାରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦ ରେ ହେବ। ଅଗଷ୍ଟ ୨୩ରେ କଲିକତା ହାଇକୋର୍ଟ ଆରଜି କର ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତକୁ ଏସ୍‌ଆଇଟିରୁ ସିବିଆଇକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର ୮ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା ।

ଆର୍ଥିକ ଅନିୟମିତତା ଅଭିଯୋଗରେ ସିବିଆଇ ସନ୍ଦୀପ ଘୋଷଙ୍କ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା । ଘୋଷଙ୍କ ବିରୋଧରେ ସିବିଆଇ ଦୁଇଟି ମାମଲା ରୁଜୁ କରିଛି । ସେଥିମଧ୍ୟରୁ ପ୍ରଥମଟି ହେଉଛି, ଅଗଷ୍ଟ ୯ରେ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଦ୍ୱିତୀୟଟି ହେଲା, ହସ୍ପିଟାଲରେ ଆର୍ଥିକ ଅନିୟମିତତା ମାମଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+