କୋଲକାତା ଆର.ଜି କର ବଳାତ୍କାର ହତ୍ୟା ମାମଲା: ପୀଡିତାଙ୍କ ବାପା-ମା’ଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ,ଜାଣନ୍ତୁ କାରଣ......
କୋଲକତା ଆରଜି କର ମାମଲାର ଶୁଣାଣି କରିବେନି ସୁପ୍ରିମକୋର୍ଟ। ପୀଡିତାଙ୍କ ବାପା-ମା' ନିଜ ଝିଅର ଦୁଷ୍କର୍ମ ଓ ହତ୍ୟା ମାମଲାର ନୂଆ ଭାବରେ ତଦନ୍ତ କରିବାକୁ କୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରିବା ନେଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କଲିକତା ହାଇକୋର୍ଟଙ୍କ ନିକଟରେ ଆବେଦନ କରନ୍ତୁ।
ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି, ଆମେ ଏହି ମାମଲାରେ କୌଣସି ଟିପ୍ପଣୀ ଦେଇ ପାରିବୁନି। ଆବେଦନକାରୀ ହାଇକୋର୍ଟଙ୍କ ଆଗରେ ମାମଲା ଉଠାଇ ପାରିବେ।' ପୀଡିତାଙ୍କ ବାପ-ମା' ଏହି ମାମଲାରେ ଅନ୍ୟ ଲୋକଙ୍କ ଭୂମିକା ଜାଣିବା ପାଇଁ ନୂତନ ଭାବରେ ତଦନ୍ତ ଦାବି କରିଥିଲେ।

ସୁପ୍ରିମକୋର୍ଟ କହିଛନ୍ତି, ପୀଡିତାଙ୍କ ବାପା-ମା' ଏହି ଆବେଦନ ହାଇକୋର୍ଟରେ ଦାଖଲ କରି ନିଜ କଥା ରଖନ୍ତୁ। ଆମେ ନିଜ ପଟୁ ଏହି ଆବେଦନ ଉପରେ କୌଣସି ରାୟ ଦେଇପାରିବୁନି। ହାଇକୋର୍ଟର ବିଚାରପତି ନିଜ ବିବେକ ଅନୁସାରେ ଆବେଦନ ଉପରେ ରାୟ ଦିଅନ୍ତୁ। ସୁପ୍ରିମକୋର୍ଟ ଏହା ସହ ଜଡିତ ମୁଖ୍ୟ ମାମଲାର ଶୁଣାଣି ୧୩ ମଇରୁ ଆରମ୍ଭ କରିବାକୁ ଯାଉଛନ୍ତି।












Click it and Unblock the Notifications