RG Kar rape-murder: ୧୬୧ ଦିନ ପରେ 'ନିର୍ଭୟା'ଙ୍କୁ ମିଳିଲା ନ୍ୟାୟ,
ଆରଜି କର ମେଡିକାଲ ମାମଲାରେ ସଞ୍ଜୟ ରାୟ ଶନିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସଞ୍ଜୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 'ଅଭୟା' ମାମଲାରେ ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ । କୋର୍ଟ ଏନେଇ ୨୦ ଜାନୁଆରି ୨୦୨୫ ସୋମବାର ଦିନ ଦଣ୍ଡ ବିଧାନ କରିବେ। ୯ ଅଗଷ୍ଟ ୨୦୨୪ରେ ସକାଳେ ଉତ୍ତର କୋଲକାତାର ସରକାରୀ ମେଡିକାଲ କଲେଜ ଆର.ଜି କରରେ ଜଣେ ପ୍ରଶିକ୍ଷକ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା।
ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ, ଅପରାଧୀ ପ୍ରଥମେ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ପରେ ତାଙ୍କୁ ଗଳା ଚିପି କରିଥିଲେ। ପ୍ରାରମ୍ଭରେ ଆର.ଜି କର ମେଡିକାଲ କଲେଜ ଦ୍ୱାରା କୁହାଯାଇଥିଲା ଯେ, ଏହା ଆତ୍ମହତ୍ୟା, କିନ୍ତୁ ପରେ ମାମଲାର ରହସ୍ୟ ଖୋଲିବା ଆରମ୍ଭ କରିଥିଲା। ଏହି ଘଟଣାର ସତ୍ୟତା ସମଗ୍ର ଦେଶକୁ ଚକିତ କରି ଦେଇଥିଲା।
କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ ଧାରା ୬୪,୬୬, ୧୦୩/୧ ଲାଗୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ଆରଜି କର ମେଡିକାଲ କଲେଜର ବାହାନା କରି ହସ୍ପିଟାଲର ସେମିନାର ରୁମକୁ ଯାଇ ସେଠାରେ ବିଶ୍ରାମ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ଆକ୍ରମଣ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ। ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ମାମଲାର ଶୁଣାଣି ଜାନୁଆରି ୯ ରେ ଶେଷ ହୋଇଥିଲା, ଯେଉଁଥିରେ ୫୦ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା।

ସୂଚନା ଯୋଗ୍ୟ, ଅଗଷ୍ଟ ୯ ତାରିଖରେ ସହରର ଉତ୍ତର ଭାଗରେ ଥିବା ଏହି ସରକାରୀ ହସ୍ପିଟାଲରେ ସ୍ନାତକୋତ୍ତର ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଏହି ଜଘନ୍ୟ ଅପରାଧ ଘଟାଇଥିବା ସଞ୍ଜୟ ବିରୋଧରେ ଅଭିଯୋଗ ହୋଇଥିଲା। ନଭେମ୍ବର ୧୨ ତାରିଖରେ ଏକ ବନ୍ଦ କୋଠରୀରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ଏବଂ ୫୭ ଦିନ ପରେ, ସିଆଲଦା କୋର୍ଟ ରେ ଏହାର ରାୟ ଶୁଣାଯାଇଛି।












Click it and Unblock the Notifications