RG Kar rape-murder case: ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ବିରୋଧରେ ସିବିଆଇ ଦାଖଲ କଲା ଚାର୍ଜସିଟ୍,ହୋଇନାହିଁ ଗଣଦୁଷର୍ମ, କେବଳ...
କୋଲକାତା ବଳାତ୍କାର ହତ୍ୟା ମାମଲା: କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ସିବିଆଇର ଏହି ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ବିରୋଧରେ ଦୃଢ଼ ପ୍ରମାଣ ରହିଛି। ଚାର୍ଜସିଟ୍ ଦାଖଲ ହେବା ପରେ ଏବେ ଆଶା କରାଯାଉଛି ଯେ ଟ୍ରେନି ଡ଼ାକ୍ତର ଶୀଘ୍ର ନ୍ୟାୟ ପାଇପାରିବେ।
ସିବିଆଇର ଚାର୍ଜସିଟରେ ବଡ଼ ଖୁଲାସା ହୋଇଛି। ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଉପରୁ ବର୍ତ୍ତମାନ ହଟିଛି ପରଦା । ଚାର୍ଜସିଟ୍ ଅନୁସାରେ, ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇ ନାହିଁ। ସଞ୍ଜୟ ରୟ ହିଁ ମୁଖ୍ୟ ଅଭିଯୁକ୍ତ। ସେ ହିଁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସିବିଆଇ ଚାର୍ଜସିଟରେ ଉଲ୍ଲେଖ କରିଛି। ତେବେ ଦୁଇ ମାସର ତଦନ୍ତ ମଧ୍ୟରେ ଆଜି କୋଲକାତାର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପରେ ଏହା ସାମ୍ନାକୁ ଆସିଛି ।

ସିବିଆଇ ଚାର୍ଜସିଟରେ ୨୦୦ ଜଣଙ୍କ ବିବୃତ୍ତି ଅନ୍ତର୍ଭୂକ୍ତ କରାଯାଇଛି । ଏହି ଚାର୍ଜସିଟ୍ ୨୦୦ ରୁ ଅଧିକ ପୃଷ୍ଠାର ରହିଛି । ଏହି ମାମଲାରେ ଏହା ହେଉଛି ପ୍ରଥମ ଚାର୍ଜସିଟ୍ । ଅଧିକ ଅନୁସନ୍ଧାନ ପରେ ସିବିଆଇ ଏହି ମାମଲାରେ ଆଉ ଏକ ଚାର୍ଜସିଟ୍ ଦାଖଲ କରିପାରିବ ବୋଲି ବିଶ୍ୱାସ ରହିଛି । ଏହି ମାମଲାରେ ସିବିଆଇ ଏହାର ଚାର୍ଜସିଟରେ କୋର୍ଟରେ ସମସ୍ତ ତଥ୍ୟ ଉପସ୍ଥାପନ କରିଛି । ସିବିଆଇ ଚାର୍ଜସିଟ୍ ପରେ ଟ୍ରେନିଂ ଡାକ୍ତର ଶୀଘ୍ର ନ୍ୟାୟ ପାଇପାରନ୍ତ ଏବେ ଆଶା କରାଯାଉଛି ।












Click it and Unblock the Notifications