Breaking News: କୋଲକତା ଡାକ୍ତର ଦୁଷ୍କର୍ମ ମାମଲା: ଦୋଷୀକୁ ଆଜୀବନ ଜେଲ୍ ଦଣ୍ତାଦେଶ
Breaking News: କୋଲକାତା ଆରଜି କର ହସ୍ପିଟାପ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟକୁ ଆଜୀବନ ଜେଲ୍ ଦଣ୍ତାଦେଶ । ଆଜୀବନ ଦଣ୍ତାଦେଶ ଶୁଣାଇଲେ ସିଆଲଦା କୋର୍ଟ । ତେବେ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ଦୋଷୀ ସଂଜୟ ରାୟ ।

ଜାନୁଆରୀ 20 ତାରିଖରେ, କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସିଆଲଦାହ କୋର୍ଟ ଆଜି ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟ ଦୋଷୀ ସଞ୍ଜୟ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସଞ୍ଜୟ ରାୟ ଏବେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜେଲରେ ରହିବେ। କୋର୍ଟ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ କରିଛନ୍ତି।
ସେହିପରି ଦୋଷୀ ସଞ୍ଜୟ ରୟ କୋର୍ଟରେ ନିଜକୁ ନିର୍ଦ୍ଦୋଶ ବୋଲି ଦାବି କରିଛି । ସେ କହିଛନ୍ତି, ମୁଁ ଏହି ଅପରାଧ କରିନାହିଁ ମୋତେ ଫସା ଯାଉଛି । ସେହିପରି ସେ ଯେଉଁମାନେ ଦୋଷୀ ସେମାନଙ୍କୁ କାହିଁକି ଜାମିନ୍ ପ୍ରଦାନ କରାଗଲା ।
ସୂଚନା ଅନୁସାରେ, ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟ ରୟଙ୍କ ନାଁରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ (ଦୁଷ୍କର୍ମ), ଧାରା ୬୬ ଓ ଧାରା ୧୦୩-୧(ହତ୍ୟା)ରେ ମାମଲା ରୁଜୁ କରାଯାଇଥିଲା । ଧାରା ୬୪ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଧାରା ୬୬ ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ଏବଂ ୧୦୩ (୧) ପାଇଁ ସର୍ବାଧିକ ଦଣ୍ଡ ଆଜୀବନ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ରହିଛି।
ଗତ ବର୍ଷ ଅଗଷ୍ଟ ୯, ୨୦୨୪ରେ, କୋଲକାତାର ସରକାରୀ ଆରଜି କର ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଜୁନିଅର ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରାଯାଇଥିଲା। ପୀଡିତାଙ୍କ ମୃତଦେହ ହସ୍ପିଟାଲର ସେମିନାର ରୁମରୁ ମିଳିଥିଲା। ଏହି ଘଟଣା ସାରା ଦେଶରେ ଉତ୍ତେଜନା ସୃଷ୍ଟି କରିଥିଲା ଏବଂ ପଶ୍ଚିମବଙ୍ଗର ଜୁନିଅର ଡାକ୍ତରମାନେ ନ୍ୟାୟ ଏବଂ ସରକାରୀ ହସ୍ପିଟାଲରେ କଠୋର ସୁରକ୍ଷା ବ୍ୟବସ୍ଥା ଦାବି କରି ଦୀର୍ଘ ସମୟ ଧରି ପ୍ରତିବାଦ କରିଥିଲେ।












Click it and Unblock the Notifications