RG Kar rape-murder: ଅଭିଯୁକ୍ତର ଫାଶୀ ପାଇଁ ହାଇକୋର୍ଟରେ ମମତା ସରକାର

କୋଲକାତା: ଆରଜି କର ମେଡିକାଲ କଲେଜ ଜୁନିୟର ଡାକ୍ତର ରେପ-ମର୍ଡର ଘଟଣାରେ କୋର୍ଟଙ୍କ ଫଇସଲା, ସନ୍ତୁଷ୍ଟ କରିପାରିନି ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଓ ଜୁନିୟର ଡାକ୍ତରମାନଙ୍କୁ। ପୂର୍ବରୁ ପୀଡିତାଙ୍କ ପରିବାର ଲୋକେ ସହାୟତା ବଦଳରେ ମାଗିଥିଲେ ନ୍ୟାୟ। ପଶ୍ଚିମବଙ୍ଗ ସରକାର ବି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯାଇଛନ୍ତି ହାଇକୋର୍ଟ। ଏବେ ତଳ କୋର୍ଟଙ୍କ ରାୟ ଉପରେ ଜୋରଦାର ହେଲାଣି ପ୍ରତିବାଦ।

ଅଭିଯୁକ୍ତ ସଞ୍ଜୟ ରୟକୁ ମିଳିଥିବା ସଜାରେ ଅସନ୍ତୁଷ୍ଟ ପଶ୍ଚିମବଙ୍ଗ ସରକାର। ହେଲେ ହାଇକୋର୍ଟଙ୍କ ଦ୍ବାରସ୍ତ। ଅଭିଯୁକ୍ତକୁ ଆଜୀବନ ନୁହେଁ ଫାଶୀ ଦରକାର କହିଲେ ମମତା। ମମତା କହିଛନ୍ତି ଯଦି ମାମଲାର ତଦନ୍ତ କୋଲକାତା ପୁଲିସ କରିଥାନ୍ତା ହୁଏତ ଦୋଷୀକୁ ଫାଶୀଦଣ୍ଡ ମିଳିଥାନ୍ତା। ଏଥିସହ ଟିଏମସି ମୁଖ୍ୟ କହିଛନ୍ତି ପ୍ରଥମ ଦିନରୁ ହିଁ ଆମେ ଦୋଷୀକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଥିଲୁ କିନ୍ତୁ ସିବିଆଇର ତଦନ୍ତ ସନ୍ତୋଷଜନକ ନଥିଲା। ଆଜି ଦୋଷୀକୁ ଫାଶୀଦଣ୍ଡ ଜାଗାରେ ଆଜୀବନ କାରାଦଣ୍ଡ ମିଳିଛି ।

Mamata Banerjee

ସେପଟେ କୋର୍ଟଙ୍କ ଫଇସଲାକୁ ବିରୋଧ କରି ଜୁନିୟର ଡାକ୍ତର ଜୋରଦାର ବିକ୍ଷୋଭ କରିଛନ୍ତି । କୋର୍ଟ ବାହାରେ ଶହ ଶହ ସଂଖ୍ୟକ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୋର୍ଟଙ୍କ ଫଇସଲାରେ ପକ୍ଷପାତିତା ହୋଇଥିବା କହିଛନ୍ତି ବିକ୍ଷୋଭକାରୀ । ସଞ୍ଜୟକୁ ଦଣ୍ଡାଦେଶ ଶୁଣାଇବା ବେଳେ,କୋର୍ଟ ପୀଡିତାଙ୍କ ପରିବାରକୁ 17 ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯାହାକୁ ଗ୍ରହଣ କରିବେନି ବୋଲି କହିଛନ୍ତି ପରିବାର ଲୋକେ। ଆମକୁ ଟଙ୍କା ନୁହେଁ ନ୍ୟାୟ ଦରକାର ବୋଲି ଦାବି କରିଛନ୍ତି ପରିବାର। ମୃତ ପୀଡିତାଙ୍କ ବାପା କହିଛନ୍ତି ଆମକୁ ଟଙ୍କା ନୁହେଁ ନ୍ୟାୟ ଦରକାର । ଏହାଛଡା ମମତା ହାଇକୋର୍ଟରେ ଆବେଦନ କରିବାକୁ ନେଇ ଅଭୟାଙ୍କ ବାପା ବିରୋଧ କରିଛନ୍ତି। ସେ କହିଛନ୍ତି, ଆମକୁ କୋର୍ଟଙ୍କ ରାୟର କପି ଆଗ ମିଳୁ। ତା ପରେ ଆମେ ଆଗକୁ ନିଷ୍ପତ୍ତି ନେବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+