ଆରଜି କର ହସ୍ପିଟାଲ ମାମଲା: ଆସିଲା ସେଣ୍ଟ୍ରାଲ ଫରେନ୍ସିକ୍‌ ଲାବ୍ରୋଟରୀର ରିପୋର୍ଟ, କ୍ରାଇମ୍ ସ୍ପଟ୍‌ରେ ନାହିଁ....

ବହୁ ଚର୍ଚ୍ଚିତ କୋଲକାତା ଆର୍‌ ଜି କର୍‌ ହତ୍ୟା ମାମଲାରେ ବଡ଼ ଅପଡେଟ୍। ଆସିଲା ସେଣ୍ଟ୍ରାଲ ଫରେନ୍ସିକ୍‌ ଲାବ୍ରୋଟରୀର ରିପୋର୍ଟ । କ୍ରାଇମ୍ ସ୍ପଷ୍ଟରେ ନାହିଁ କୌଣସି ଚିହ୍ନ। ପୀଡିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି କିମ୍ବା ମାରପିଟ୍‌ର ମିଳିନି ସଙ୍କେତ। କେବଳ ସେତିକି ନୁହେଁ ସେମିନାର ରୁମ୍‌ର କୌଣସି ସ୍ଥାନରେ କିଛି ବି ଚିହ୍ନ ନାହିଁ।

ସେଣ୍ଟ୍ରାଲ ଫରେନ୍ସିକ୍‌ ଲାବ୍ରୋଟରୀର ରିପୋର୍ଟ ମୁତାବକ, ଘଟଣାସ୍ଥଳରେ ପୀଡିତା ଓ ଅଭିଯୁକ୍ତଙ୍କ ମଧ୍ୟରେ କୌଣସି ଧସ୍ତାଧସ୍ତି କିମ୍ବା ମାରପିଟ୍‌ ହୋଇଥିବାର ସଙ୍କେତ ମିଳି ନାହିଁ। କେବଳ ସେତିକି ନୁହେଁ ସେମିନାର ରୁମ୍‌ ଭିତରର କୌଣସି ବି ସ୍ଥାନରେ ଏ ସଂକ୍ରାନ୍ତୀୟ କିଛି ଚିହ୍ନ ମିଳିନାହିଁ। ଏହି ଫରେନ୍ସିକ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ସେମିନାର ରୁମ୍‌ରେ ଜୁନିଅର ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ପରେ ତାଙ୍କୁ ହତ୍ୟା କରାଯାଇଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି।

ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (CFSL) ଦିଲ୍ଲୀର ବିଶେଷଜ୍ଞମାନେ ଅଗଷ୍ଟ ୧୪ରେ ଆରଜି କର ହସ୍ପିଟାଲର ଯାଞ୍ଚ କରି ନମୁନା ସଂଗ୍ରହ କରିଥିଲେ। ସେପ୍ଟେମ୍ବର ୧୧ରେ ଏହାର ରିପୋର୍ଟ ସିବିଆଇରେ ଦାଖଲ କରାଯାଇଥିଲା। CFSL ଟିମ୍‌ କହିଛି ଯେ, ସେମିନାର ହଲ୍‌ରେ ଥିବା କାଠ ପ୍ଲାଟଫର୍ମରେ ରଖାଯାଇଥିବା ଗଦା ବ୍ୟତୀତ ଚଟ୍ଟାଣର କୌଣସି ଅଂଶରେ କିମ୍ବା ଆଖପାଖରେ କୌଣସି ଜୈବିକ ଦାଗ (Biological Stains) ମିଳି ନାହିଁ। ଏହାବ୍ୟତୀତ, ନୀଳ ସିଟ୍ ସହିତ କାଠ ଟେବୁଲ ଉପରେ ବି କୌଣସି ଚିହ୍ନ ମିଳି ନାହିଁ।

rg kar hospital

ଏହି ମାମଲାରେ କୋଲକାତା ପୁଲିସର ସ୍ୱତନ୍ତ୍ର ଯାଞ୍ଚ ଟିମ୍‌ ଓ ପରେ ସିବିଆଇର ତଦନ୍ତକୁ ନେଇ ପ୍ରଶ୍ନ ଉଠୁଛି। ପ୍ରଥମରୁ କୁହାଯାଇଥିଲା ଯେ, ସେମିନାର ରୁମ୍‌ରେ ହିଁ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ତେବେ ସିଏଫ୍‌ଏସ୍‌ଏଲ୍‌ର ରିପୋର୍ଟରେ କିନ୍ତୁ ଏ କଥା ସାମ୍ନକୁ ଆସିନାହିଁ।

ଏହି ଫୋରେନସିକ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ଆର.ଜି କର ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ରହସ୍ୟ ଆହୁରି ଗଭୀର ହୋଇଛି। ଅନ୍ୟ କେଉଁ ସ୍ଥାନରେ ପୀଡିତାଙ୍କ ସହ ଦୁଷ୍କର୍ମ ଓ ହତ୍ୟା କରିବା ପରେ ତାଙ୍କର ମୃତଦେହକୁ ସେମିନାର ହଲ୍‌ରେ ଆଣି ରଖାଯାଇଥିବା ସନ୍ଦେହ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+