RG Kar Murder Case: ପୋଲିସ ଉପରେ ବଡ଼ ଆରୋପ ଲଗାଇଲେ ପୀଡିତାଙ୍କ ବାପା
କୋଲକାତା ଆରଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାର ପୀଡିତାଙ୍କ ବାପା ଆଜି ସିବିଆଇ ନିର୍ଦେଶକଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକୁ ନେଇ ସେ କହିଛନ୍ତି, ଆମେ ସିବିଆଇ ନିର୍ଦେଶକଙ୍କୁ କେନ୍ଦ୍ରୀୟ ଏଜେନ୍ସିର ଯାଞ୍ଚ ଓ ସୀମା ଦ୍ବାରା ଦିଆଯାଇଥିବା ବୟାନ ବିଷୟରେ ସବୁକିଛି କହିଦେଇଛନ୍ତି।
ପୀଡିତାଙ୍କ ବାପା କହିଛନ୍ତି, ସବିଆଇ ନିର୍ଦେଶକ ଆମକୁ ନ୍ୟାୟ ଦେବାର ଆଶ୍ବାସନା ଦେଇଛନ୍ତି। ଆମର ତାଙ୍କ ଉପରେ ଭରସା ରହିଛି। ଆମର ସ୍ଥାନୀୟ ବିଧାୟକ, ସ୍ଥାନୀୟ କମିଶନର ଓ ପୂର୍ବତନ ମୁଖ୍ୟ ଆୟୁକ୍ତ ଅଭିଯୁକ୍ତ ଅଛନ୍ତି। ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛୁ। ସେ ଆମର ସାହାର୍ଯ୍ୟ କରିନାହାନ୍ତି ଓ ଆମ ଝିଅର ଶବକୁ ତରବରିଆ ଭାବରେ ଅନ୍ତିମ ସଂସ୍କାର କରି ଦେଇଛନ୍ତି।

ଆମକୁ ଆମ ଝିଅର ମୃତ୍ୟୁର ପ୍ରମାଣ ପତ୍ର ଦିଆଯାଇନି। ଏହା ପଛରେ ଏକ ବଡ ଷଡଯନ୍ତ୍ର ରହିଛି। ଖୁବ୍ ଶୀଘ୍ର ଏହା ସାମନାକୁ ଆସିବ। ସନ୍ଦୀପ ଘୋଷଙ୍କୁ ସଜା ମିଳିବ। କୋଲକାତା ପୋଲିସ ନିକଟରେ ପର୍ଯ୍ୟାପ୍ତ ସମୟ ଥିଲା, କିନ୍ତୁ ସେମାନେ ଯାଞ୍ଚ କରିନଥିଲେ ଓ ପ୍ରମାଣ ନଷ୍ଟ କରିଦେଇଛନ୍ତି।












Click it and Unblock the Notifications