ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭଙ୍ଗାରୁଜା ମାମଲା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ
RG Kar Medical College Case: କୋଲକତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ଏବେ ଭୟଙ୍କର ହେବାରେ ଲାଗିଛି । ଏହି ମାମଲାରେ ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଲିକତା ହାଇକୋର୍ଟ । କୋର୍ଟ କହିଛନ୍ତି ଏହା ରାଜ୍ୟ ପ୍ରଶାସନର ସମ୍ପୁର୍ଣ୍ଣ ବିଫଳତା । ଏପରି ଘଟଣା ଘଟିଲେ ମହିଳା ମାନେ କିପରି ସୁରକ୍ଷିତ ଭାବେ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ ।
ଏହି ଘଟଣାର ତଦନ୍ତ ବର୍ତ୍ତମାନ ସିବିଆଇ କରୁଛି । ତେବେ ସ୍ୱାଧୀନତା ଦିବସ ପୂର୍ବ ଦିନ ରାତିରେ ଲକ୍ଷ ଲକ୍ଷ ସଂଖ୍ୟକ ଆନ୍ଦୋଳନକାରୀ ଏକାଠି ହୋଇଥିଲେ ଏବଂ ଡାକ୍ତରଖାନେ ପ୍ରେବଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ ଏବଂ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ପୋଲିସ ୧୯ ଜଣଙ୍କୁ ଗିରଫ ମଧ୍ୟ କରିଛି । ହେଲେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ହାଇକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି, କିଛି ବି ଘଟଣା ହେଲେ ରାଜ୍ୟ ସରକାର ସିଆରପିସିର ଧାନା ୧୪୪ ଲାଗୁ କରି ଦେଉଛନ୍ତି, ଯେତେବେଳେ ଏତ ସଂଖ୍ୟାରେ ଲୋକ ଏକାଠି ଆନ୍ଦୋଳନ କରିବା ପାଇଁ ଆସୁଥିଲେ ଉକ୍ତ ସମୟରେ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯିବାର ଆବଶ୍ୟକତା ଥିଲା । ଯାହା ଦ୍ୱାରା ଏତେ ସଂଖ୍ୟକ ଲୋକ ଏକାଠି ଆସିପାରି ନଥାନ୍ତେ । ତେବେ ଆଗକୁ ଏପରି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications