ଆର୍‌.ଜି. କର ମେଡିକାଲ ମାମଲା ; ଦୋଷୀସାବ୍ୟସ୍ତ ସଞ୍ଜୟଙ୍କ ବିରୋଧରେ ଅପିଲ କରିପାରିବେ ସରକାର

ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ସଞ୍ଜୟ ରାୟଙ୍କୁ ସିଆଲଦାର ଅତିରିକ୍ତ ଜିଲା ଓ ଦୌରା ଜଜ୍‌ କୋର୍ଟ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିବାବେଳେ ଏହାର ବିରୋଧରେ ପଶ୍ଚିମବଙ୍ଗ ସରକାର ଅପିଲ୍‌ କରିପାରିବେ। କୋଲ୍‌କାତା ହାଇକୋର୍ଟ ମଙ୍ଗଳବାର ଏଥିପାଇଁ ଅନୁମତି ଦେଇଛନ୍ତି। ସଞ୍ଜୟଙ୍କୁ ମୃତ୍ୟୁଦଣ୍ଡ ପାଇଁ ନିବେଦନ କରି ପିଟିଶନ ଦାଏର କରିବାକୁ ଆଡଭୋକେଟ୍‌ ଜେନେରାଲ କିଶୋର ଦତ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିପାଇଁ ସେ ହାଇକୋର୍ଟଙ୍କ ଅନୁମତି ଚାହିଁଥିଲେ।

RG kar medical cases
ସଞ୍ଜୟଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ସିବିଆଇ ପକ୍ଷରୁ ଦାବି ହୋଇଥିବାବେଳେ ମାମଲା ବିରଳରୁ ବିରଳତମ ବର୍ଗରେ ଆସୁନାହିଁ ବୋଲି ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଅନିର୍ବାଣ ଦାସ କହିବା ସହ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏଥିସହିତ ୫୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୃତା ଡାକ୍ତରଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ବିଚାରପତି ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲେ। ଦଣ୍ଡାଦେଶକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। କୋଲକାତା ପୋଲିସଠାରୁ ଏହି ମାମଲାକୁ ଛଡ଼ାଇ ନିଆଯାଇ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ପୋଲିସ ତଦନ୍ତ କରିଥିଲେ, ଅପରାଧୀଙ୍କୁ ନିଶ୍ଚୟ ଫାଶୀଦଣ୍ଡ ମିଳିଥାନ୍ତା ବୋଲି ମମତା କହିଥିଲେ। ସିଆଲଦା କୋର୍ଟଙ୍କ ରାୟକୁ ରାଜ୍ୟ ସରକାର କୋଲକାତା ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ସେ ସୂଚନା ଦେଇଥିଲେ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+