ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: କୋଲକାତାରେ ପହଞ୍ଚିଲା CBI

RG Kar Hospital Rape And Murder Case: ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତଦନ୍ତ ପାଇଁ କୋଲକତାରେ ପହଞ୍ଚିଛି CBI ଟିମ୍ । ହାଇକୋର୍ଟ କୋଲକତା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ଯେ, ସକାଳ ୧୦ଟା ସୁଦ୍ଧା ସିବିଆଇକୁ ସମସ୍ତ କାଗଜପତ୍ର ହସ୍ତାନ୍ତର କରିବା ପାଇଁ ।

ତେବେ ତଦନ୍ତରେ ବିଳମ୍ବ ଏବଂ ତ୍ରୁଟି ଥିବା ଦର୍ଶାଇ ଏହି କେଶ ସିବିଆଇକୁ ହସ୍ତାନ୍ତର କରିଥିଲେ କୋଲକତା ହାଇକୋର୍ଟ । ମୃତ ଡାକ୍ତରୀ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଏହି ମାମଲରେ ପ୍ରମାଣ ନଷ୍ଟ କରାଯାଇଥାଇ ପାରେ ତେଣୁ ନିରପେକ୍ଷ ଏଜେନ୍ସି ଦ୍ୱାରା ଏହାର ତଦନ୍ତ କରାଯାଉ ।

RG Kar Hospital Rape Case

ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ, ଏପରି ସଂଗୀନ ମାମଲାରେ ୫ ଦିନ ମଧ୍ୟ ପୋଲିସ କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ । ତେଣୁ ତୁରନ୍ତ ସିବିଆଇକୁ ଏହାର ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ୍ ଚାକିରିରୁ ଇସ୍ତଫା ଦେବାର କିଛି ଘଣ୍ଟା ଭିତରେ, ତାଙ୍କୁ ଆଉ ଏକ କଲେଜରେ ନିଯୁକ୍ତି ଦିଆଯିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+