ଫୁଣି ଫେଲ୍ ମାରିଲେ ମମତା! ସିଏମଙ୍କ ଆଗାମୀ ପଦକ୍ଷେପ ଉପରେ ସାରା ଦେଶର ନଜର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଧାରଣାରତ ଡାକ୍ତରଙ୍କ ମଧ୍ୟରେ କୋଲକାତାଠାରେ ଗତକାଲି ଅନୁଷ୍ଠିତ ହେବାକୁଥିବା ଆଲୋଚନା ବୈଠକ ସମ୍ଭବ ହୋଇପାରି ନାହିଁ । ମୁଖ୍ୟମନ୍ତ୍ରୀ ଗତକାଲି ଅପରାହ୍ନରେ ସଫ୍ଟଲେକ ଧାରଣାସ୍ଥଳକୁ ଗସ୍ତ କରିଥିଲେ । ଏହାର କିଛିସମୟ ପରେ ପ୍ରାୟ ୬ଟା ୪୫ ମିନିଟ୍‌ରେ କନିଷ୍ଠ ଡାକ୍ତରଙ୍କର ପ୍ରତିନିଧ ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚିଥିଲେ ।

ତେବେ ଆଲୋଚନା ବୈଠକର ସିଧା ପ୍ରସାରଣ ସଂକ୍ରାନ୍ତ ଦାବିକୁ କନିଷ୍ଠ ଡାକ୍ତରଙ୍କ ପ୍ରତିନିଧି ମଣ୍ଡଳୀ ଦୋହରାଇଥିଲେ । ଜୁନିୟର ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରରେ ଉନ୍ନତ ସ୍ଥିତି ଏବଂ ଆରଜିକର ମେଡ଼ିକାଲ କଲେଜ ହସ୍ପିଟାଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ନ୍ୟାୟ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଭେଟିବାକୁ ମନା କରିଦେଇଥିଲେ । ତେବେ ରାତି ୯ଟା ୧୫ ମିନିଟ୍‌ରେ ଆନ୍ଦୋଳନରତ ଡାକ୍ତରମାନେ ଗଣମାଧ୍ୟମକୁ କହିଥିଲେ ବୈଠକର ସିଧା ପ୍ରସାରଣ ବିନା ଆଲୋଚନା ପାଇଁ ବସିବାକୁ ରାଜି ଅଛନ୍ତି । ତେବେ ବୈଠକର ବିବରଣୀରେ ଉଭୟ ପକ୍ଷଙ୍କର ଦସ୍ତଖତ ସେମାନେ ଆଶା କରୁଥିଲେ ।

Mamata Banerjee

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଥିଲେ ଯେ ଏବେ ବହୁତ ବିଳମ୍ବ ହୋଇସାରିଛି । ମୁଖ୍ୟମନ୍ତ୍ରୀ ତିନିଘଣ୍ଟା କାଳ ଆଲୋଚନା ପାଇଁ ଅପେକ୍ଷା କରିଥିଲେ । ତେଣୁ ବର୍ତ୍ତମାନ କୌଣସି ଆଲୋଚନାର କରିବାର ସ୍ଥିତି ନାହିଁ । ଡାକ୍ତରଙ୍କ କହିବା ଅନୁସାରେ ସେମାନଙ୍କୁ ଫେରିଯିବାକୁ କୁହାଯାଇଥିଲା । ଫଳରେ ଅଚଳାବସ୍ଥା ଜାରି ରହିଛି । ଏହି ପରିସ୍ଥିତି ନେଇ କନିଷ୍ଠ ଡାକ୍ତରମାନେ ଅସନ୍ତୋଷବ୍ୟକ୍ତ କରିଛନ୍ତି ।

ସ୍ୱାସ୍ଥ୍ୟବିଭାଗ ମନ୍ତ୍ରଣାଳୟ ବାହାରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରଙ୍କୁ ଆକ୍ରମଣ କରିବାକୁ ଷଢ଼ଯନ୍ତ୍ର କରିଥିବା ଅଭିଯୋଗରେ ସିପିଆଇଏମ୍ ନେତା କଳାତନ ଦାସଗୁପ୍ତାଙ୍କ ସମେତ ୨ଜଣଙ୍କୁ ପୁଲିସ ଗିରଫ କରିଛି ଛି । ଡାକ୍ତରଙ୍କୁ ଆକ୍ରମଣ କରିବା ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ବଦନାମ କରିବା ପାଇଁ ଷଢ଼ଯନ୍ତ୍ର କରାଯାଉଛି ବୋଲି ଟିଏ ଟିଏମ୍‌ସି ନେତା କୁନାଲ ଘୋଷଙ୍କ ପକ୍ଷରୁ ଜାରି ଫୋନ୍ କଲ୍‌ର ଅଡିଓ କ୍ଲିପ ପ୍ ପରେ ପୁଲିସ ଏହି ଗିରଫ କରିଛି । ସେମାନଙ୍କୁ ଆସନ୍ତା ୨୧ ତାରିଖ ପ ପର୍ଯ୍ୟନ୍ତ ପୁଲିସ ହେପାଜତରେ ରଖାଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଆଗକୁ ମମତା କେଉଁ ପଦକ୍ଷେପ ନେବେ ? ଆନ୍ଦୋଳନ କରୁଥିବା ଡାକ୍ତରଙ୍କୁ କିଭଳି ବୁଝାବେ ? ଟିଏମସି ସରକାର କଣ ଡ଼ାକ୍ତରଙ୍କ ଦାବି ପୂରଣ କରିବାରେ ହେବେ କି ସଫଳ? ତାହା ଦେଖିବାକୁ ଅପେକ୍ଷା କରି ବସିଛନ୍ତି ସାରା ଦେଶ ବାସୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+