ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ରେୱନ୍ତ ରେଡ୍ଡୀ
Telengana CM Swearing-In Ceremony: ରେୱନ୍ତ ରେଡ୍ଡୀ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଷ। ଏହାସହ ସେ ତେଲେଙ୍ଗାନାର ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି। କଂଗ୍ରେସ ନେତା ଭଟ୍ଟୀ ବିକ୍ରମାର୍କ ମଲ୍ଲିକ ଡେପୁଟି ସିଏମ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ଶପଥ ଗ୍ରହଣ କରାଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ନେତା ସୋନିଆ ଗାନ୍ଧି, କେସି ଭେନୁଗୋପାଲ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ସେହିପରି ପେବନ୍ଥ ରେଡ୍ଡୀଙ୍କ ସହ ୧୧ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି । କରର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପ ମୁଖ୍ୟମନ୍ତ୍ରୀ ଡି ଶିବକୁମାର ଏବଂ କଂଗ୍ରେସର ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ତେଲେଙ୍ଗାନ ଗଠନ ପରେ ପ୍ରଥମ ଥର କଂଗ୍ରେସ କ୍ଷମତାକୁ ଆସିଛି । ଏହା ପୂର୍ବରୁ ବିଆରଏସ ଥିଲା କ୍ଷମାତାରେ ।
୫୪ ବର୍ଷୀୟ ରେବନ୍ଥ ରେଡ୍ଡୀ ଯୁବବସ୍ଥାରୁ ରାଜନୀତିରେ ପ୍ରବେଶ କରିଥିଲେ । ଛାତ୍ର ଥିବା ସମୟରେ ସେ ଏବିଭିପି ସହ ଜଡିତ ଥିଲେ । ସେହିପରି ୨୦୦୬ରେ ସ୍ୱାଧୀନ ପ୍ରାର୍ଥୀ ଭେବେ ସେ ଜିଲ୍ଲା ପରିଷଦ ନିର୍ବାଚନ ଲଢି ଜିତିଥିଲେ ।












Click it and Unblock the Notifications