ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ଗୁଜରାଟରେ ୭୪ ଲକ୍ଷ ଭୋଟର ବାଦ୍
ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ( SIR) ପ୍ରକ୍ରିୟା ସମାପ୍ତ ହେବା ପରେ ଗୁଜରାଟର ଡ୍ରାଫ୍ଟ ଭୋଟର ତାଲିକାରୁ ପ୍ରାୟ ୭୪ ଲକ୍ଷ ଭୋଟରଙ୍କ ନାମ କାଟି ଦିଆଯାଇଛି । ପ୍ରକାଶିତ ତଥ୍ୟ ଅନୁଯାୟୀ , ୫୧ ଲକ୍ଷରୁ ଅଧିକ ଭୋଟର ସ୍ଥାନାନ୍ତରିତ ହୋଇଛନ୍ତି କିମ୍ବା ସେମାନଙ୍କ ସହ ଯୋଗଯୋଗ ହୋଇପାରି ନାହିଁ । ଭୋଟର ତାଲିକା ସଂଶୋଧନ ୪ ନଭେମ୍ବରରୁ ୧୪ ଡିସେମ୍ବର ମଧ୍ୟରେ କରାଯାଇଥିଲା । ଡ୍ରାଫ୍ଟ ତାଲିକା ଅନୁସାରେ, ଗୁଜରାଟରେ ୫.୦୮ କୋଟି ଭୋଟରଙ୍କ ମଧ୍ୟରୁ ଏବେ ୪.୩୪ କୋଟି ଅଛନ୍ତି ।
ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ହରିତ ଶୁକ୍ଳା କହିଛନ୍ତି, ଏସଆଇର ପ୍ରକ୍ରିୟାରେ ମୋଟ ୭୩.୭୩ ଲକ୍ଷ ନାମ ବାଦ ଦିଆଯାଇଛି । ଏସଆଇ ପୂର୍ବରୁ ଭୋଟର ତାଲିକାରେ ୫,୦୮, ୪୩,୪୩୬ ନାଁ ଥିଲା । ଏବେ ଡ୍ରାଫ୍ଟ ତାଲିକାରେ ୪,୩୪,୭୦,୧୦୯ ଭୋଟରଙ୍କ ନାଁ ରହିଛି ବୋଲି ସେ କହିଛନ୍ତି । ଏସଆଇ ପ୍ରକ୍ରିୟାରେ, ମୃତ ଭୋଟର, ସ୍ଥାନାନ୍ତରି ଭୋଟର ଏବଂ ନକଲି ଭୋଟରଙ୍କ ନାଁ ତାଲିକାରୁ ହଟାଇ ଦିଆଯାଇଛି ।

ନିର୍ବାଚନ କମିଶନ ଡ୍ରାଫ୍ଟ ତାଲିକା ପ୍ରକାଶ କରିଥିଲେ ସୁଦ୍ଧା, ଆପତ୍ତି ଥିଲେ ଭୋଟର ପୁନଃ ଆବେଦନ କରିପାରିବେ । ଜାନୁଆରୀ ୧୮ ପର୍ଯ୍ୟନ୍ତ ଆବେଦନ କରିବାକୁ ସମୟ ସୀମା ଦିଆଯାଇଛି । ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ, ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବା ମାତ୍ରେ ଦାବି ଏବଂ ଆପତ୍ତି ଦାଖଲ ପ୍ରକ୍ରିୟା ଆରମ୍ଭ ହୁଏ। ଏହି ସମୟ ମଧ୍ୟରେ, ଯେଉଁ ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ବାଦ ଦିଆଯାଇଛି କିମ୍ବା ଭୁଲ ଭାବରେ ତାଲିକାଭୁକ୍ତ କରାଯାଇଛି, ସେମାନେ ନାମ ଯୋଡିବା କିମ୍ବା ସୂଚନା ସଂଶୋଧନ କରିବା ପାଇଁ ଆବେଦନ କରିପାରିବେ। ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ କିମ୍ବା ଡୁପ୍ଲିକେଟ ଭାବରେ ଚିହ୍ନିତ ଭୋଟରଙ୍କ ତାଲିକା ବୁଥ୍ ସ୍ତରରେ ଏବଂ ସରକାରୀ ପୋର୍ଟାଲରେ ସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ କରାଯାଇଛି।












Click it and Unblock the Notifications