Get Updates
Get notified of breaking news, exclusive insights, and must-see stories!

ମହାନଦୀ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ମହାନଦୀ ପ୍ରସଙ୍ଗରେ ବିଜେଡ଼ିକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ୟା ସେମାନେ ତିଆରି କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।ମହାନଦୀ ସମସ୍ୟା ପ୍ରସଙ୍ଗରେ ବିରୋଧୀ ବିଜୁ ଜନତା ଦଳକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ମହାନଦୀ ହେଉଛି ପ୍ରକୃତିର ବରଦାନ । ମହାନଦୀର ଅଧାଅଂଶ ଛତିଶଗଡ ରେ ଓ ଅଧାଅଂଶ ଓଡ଼ିଶାରେ ରହିଛି । ହୀରାକୁଦ ବନ୍ଧ ପର୍ଯ୍ୟନ୍ତ ୮୭ ପ୍ରତିଶତ ଛତିଶଗଡ ପାଖରେ ଓ ୧୩ ପ୍ରତିଶତ ଓଡିଶା ଭାଗରେ ରହିଛି ।

ସମ୍ବିଧାନ ରେ ବ୍ୟବସ୍ଥା ରହିଛି ଯଦି ଗୋଟିଏ ନଦୀ ଦୁଇଟି ରାଜ୍ୟ ଦେଇ ଯାଇଥିବ ତାହେଲେ ସେମାନେ ଏହାକୁ ସମାନ ବ୍ୟବହାର କରିବେ । ରାଜ୍ୟମାନେ ଏହାକୁ ମାନିବା ପାଇଁ ସେଣ୍ଟ୍ରାଲ ୱାଟର କମିଶନ ତିଆରି ହେଲା । ଛତିଶଗଡ ଗୋଟିଏ ପରେ ଗୋଟିଏ ପ୍ରାୟ ୭୦୦ ବ୍ୟାରେଜ ୨୦୧୪ ରୁ ୨୦୨୨ ମଧ୍ୟରେ । ସେତେବେଳେ ବିଜେଡି ସରକାରରେ ଥାଇ ମଧ୍ୟ ଦିନେ ବି ଏହାର ବିରୋଧ କଲା ନାହିଁ । ସମ୍ପୂର୍ଣ ବ୍ୟାରେଜ ନିର୍ମାଣ ସରିଲା ବେଳେ ବିଜେଡି ଏହାର ପ୍ରତିବାଦ ଆରମ୍ଭ କଲା । ଯେଉଁ ସମୟରେ ବିରୋଧ କରିବା କଥା ସେତେବେଳେ ବାହାରିଲେ ନାହିଁ ।

କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଏନେଇ କୌଣସି ଆଲୋଚନା କଲେ ନାହିଁ । କେନ୍ଦ୍ର ସରକାର ନିଜ ପକ୍ଷରୁ ଟ୍ରିବ୍ୟୁନାଲ ତିଆରି କଲେ । ଟ୍ରିବ୍ୟୁନାଲରେ ବିଜେଡ଼ି ସରକାର ମାମଲା ମଧ୍ୟ ଲଢ଼ିଲେ ନାହିଁ । ବିଗତ ୫ବର୍ଷ ମଧ୍ୟରେ ୭୦ରୁ ଅଧିକ ଶୁଣାଣି ହୋଇଛି । ଏଥିରେ ମାତ୍ର ଜଣେ ସାଖି ହେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ବିଧାନସଭାରେ ବିବୃତ୍ତି ରଖିଥିଲେ ଯେ, ଯେତେ ବ୍ୟାରେଜ ନିର୍ମାଣ ହେଲେ ମଧ୍ୟ ଓଡିଶା ପଟେ ମହାନଦୀ ପ୍ରବାହରେ କୌଣସି ଅସୁବିଧା କି କ୍ଷତି ହେବନାହିଁ ।

suresh pujari

ଏହି ତଥ୍ୟ ଛତିଶଗଡ ସରକାର ତାଙ୍କ ବିଧାନସଭାରେ ଦେଖାଇ ଥିଲେ । ଟ୍ରିବ୍ୟୁନାଲରେ ସେହି ରିପୋର୍ଟକୁ ଓଡିଶାର ଜଳସମ୍ପଦ ମନ୍ତ୍ରୀ ଦେଖାଇ କହିଥିଲେ ଯେ, ବ୍ୟାରେଜ ଯୋଗୁଁ ଓଡିଶାପଟେ କିଛି ଅସୁବିଧା ହେବ ନାହିଁ । କିନ୍ତୁ ଏବେ ଆମ ସରକାର ଆମ ଶକ୍ତି ସାମର୍ଥ୍ୟ ବୁଦ୍ଧିମତା ବ୍ୟବହାର କରୁଛୁ କିପରି ଓଡିଶା ସ୍ଵାର୍ଥ୍ୟ କେମିତି ରକ୍ଷା ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+