ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିଲେ ଭ୍ଲାଦିମିର ପୁଟିନ, ଆମେରିକା କହିଲା ନିର୍ବାଚନ ନିରପେକ୍ଷ ନୁହେଁ
ଋଷ ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ବିରୋଧୀଙ୍କୁ ତାଜୁବ କରି ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ପୁଟିନ । ୮୮ ପ୍ରତିଶତ ଭୋଟ ସହ ପଞ୍ଜମ ଥର ପାଇଁ ସରକାର ଗଢିଛନ୍ତି ପୁଟିନ । ଜିତିବା ପରେ ଋଷ ଆହୁରୀ ଶକ୍ତିଶାଳୀ ହେବ ହେବ ବୋଲି କହିଛନ୍ତି ପୁଟିନ। କେଜିବି ଏଜେଟରୁ ୧୯୯୯ରେ ଦେଶର ମଙ୍ଗ ଧରିଥିଲେ ସେ।

ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିଥିବା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇଦେଇଛନ୍ତି। ନିର୍ବାଚନରେ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା କମ୍ୟୁନିଷ୍ଟ ପ୍ରାର୍ଥୀ ନିକୋଲାଇ ଖାରର୍ଟିନୋଭ ମାତ୍ର ୪ ପ୍ରତିଶତ ଭୋଟ ପାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ପୁଟିନଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ତିନି ନେତା ୟ୍ରୁକ୍ରେନ ଉପରେ ଋଷର ଆକ୍ରମଣକୁ ସମର୍ଥନ କରିଛନ୍ତି।
ହ୍ୱାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର କହିଛନ୍ତି ଯେ ପୁଟିନ ରାଜନୈତିକ ବିରୋଧୀଙ୍କୁ ଜେଲରେ ରଖିଛନ୍ତି ଏବଂ ଅନ୍ୟମାନଙ୍କୁ ତାଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବାକୁ ବାରଣ କରିଥିବାରୁ ନିର୍ବାଚନ ସ୍ପଷ୍ଟ କିମ୍ବା ନିରପେକ୍ଷ ନୁହେଁ। ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ମାରାତ୍ମକ ୟୁରୋପୀୟ ବିବାଦ ଯାହାକୁ ସେ ଏକ ସ୍ୱତନ୍ତ୍ର ସାମରିକ ଅପରେସନ୍ ବୋଲି ବର୍ଣ୍ଣନା କରିଥିଲେ।












Click it and Unblock the Notifications