Get Updates
Get notified of breaking news, exclusive insights, and must-see stories!

ଖାଇକୁ ଖସିଲା କାର: ୬ ଜୀବନ ଗଲା

ମଧ୍ୟପ୍ରଦେଶର ରାଇସେନରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ବର ଏବଂ କନ୍ୟାକୁ ନେଇ ଯାଉଥିବା କାରଟି ନିୟନ୍ତ୍ରଣ ବାହାରକୁ ଯାଇ କଲଭର୍ଟରେ ପିଟି ହୋଇ ଖାଲକୁ ଖସିପଡିଥିଲା। ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ବର୍ଷର ଝିଅ ମଧ୍ୟ ରହିଛି। ଦୁର୍ଘଟଣାରେ ବର ଏବଂ କନ୍ୟା ଗୁରୁତର ଆହତ ହୋଇଛନ୍ତି। ଆଉ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି। ତିନି ଜଣଙ୍କୁ ଚିକିତ୍ସା ପାଇଁ ରାଇସେନ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି।

ସୂଚନା ଅନୁଯାୟୀ, ବିହାରରରେ ବିବାହ କରି ଇନ୍ଦୋର ଫେରୁଥିବା ବର ଏବଂ କନ୍ୟାଙ୍କ କାର ହଠାତ୍ ଏକ କଲଭର୍ଟରେ ପିଟି ହୋଇ ଖାଲ ତଳକୁ ଖସି ପଡ଼ିଥିଲା। ଘଟଣାଟି ରାଇସେନର ଜାତୀୟ ରାଜପଥ-୧୨ ଜୟପୁର-ଜବଲପୁରର ଗାଁ ନିକଟରେ ଘଟିଛି। କାରରେ ୯ଣ ଲୋକ ଥିଲେ। ଦୁର୍ଘଟଣା ପରେ, ୬ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

accident

କୁହାଯାଉଛି ଯେ ଡ୍ରାଇଭର ଶୋଇପଡ଼ିବାରୁ କାରଟି ନିୟନ୍ତ୍ରଣ ବାହାରକୁ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣା ଘଟିବା ମାତ୍ରେ ଚିତ୍କାର ଶୁଣିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ୧୦୮ ଆମ୍ବୁଲାନ୍ସ ସହାୟତାରେ ଆହତ ଏବଂ ମୃତକଙ୍କୁ ଡାକ୍ତରଖାନା ପଠାଯାଇଥିଲା । ଦୁର୍ଘଟଣାରେ ବର ଏବଂ କନ୍ୟା ସହ ଜଣେ ଯୁବକ ରବି ଖୋଲୱାଲ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାଇସେନ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିଲା, ସେଠାରୁ ତାଙ୍କୁ ଭୋପାଳକୁ ରେଫର କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+