ଅବସରପ୍ରାପ୍ତ ସୈନିକ ଘଟାଇଲେ ଉନ୍ମତ କାଣ୍ଡ, ପରିବାରର ପାଞ୍ଚଜଣଙ୍କୁ କଲେ ନିର୍ମମ ହତ୍ୟା

ଜଣେ ଅବସରପ୍ରାପ୍ତ ସୈନିକ ଘଟାଇଛନ୍ତି ଉନ୍ମତ କାଣ୍ଡ । ସେ ତାଙ୍କ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ସୈନିକଙ୍କ ମାଆ ଥିବାବେଳେ ପୁତୁରା ଓ ଝିଆରି ମଧ୍ୟ ଅଛନ୍ତି । ସେ ଏହି ହତ୍ୟା କୁରାଢ଼ିରେ କରିଛନ୍ତି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସୈନିକ ଫେରାର୍ ହୋଇ ଯାଇଥିବା କୁହାଯାଉଛି । ସୂଚନା ଅନୁସାରେ, ରବିବାର ଅର୍ଥାତ୍ ୨୧ ଜୁଲାଇ ରାତିରେ ହରିୟାଣାର ନାରାୟଣଗଡ଼ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ଅବସରପ୍ରାପ୍ତ ସୈନିକ ଭୂଷଣ କୁମାର ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏପରିକି ତାଙ୍କ ବାପାଙ୍କୁ ମଧ୍ୟ କୁରାଢ଼ିରେ ଆକ୍ରମଣ କରିଥିଲେ ।

ସୌଭାଗ୍ୟବଶତଃ ତାଙ୍କ ବାପାଙ୍କ ଜୀବନ ରକ୍ଷା ପାଇଯାଇଛି । କିନ୍ତୁ ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ମୃତକଙ୍କ ମଧ୍ୟରେ ଭୂଷଣ କୁମାରଙ୍କ ମାଆ ସରୋପୀ ଦେବୀ ଯାହାଙ୍କ ବୟସ ୬୫ , ଭାଇ ହରିଶ କୁମାର ବୟସ ୩୫, ଭାଇବୋହୂ ସୋନିଆ ବୟସ ୩୨ ଏବଂ ସେମାନଙ୍କର ଦୁଇ ପିଲା ଯଶିକା ବୟସ୫ଏବଂ ମୟଙ୍କ ବୟସ ୬ ଅଛନ୍ତି ।

Retired soldier kills 5 members

ପୁଲିସ କହିଛି ଯେ, ଭୂଷଣ କୁମାର ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଏହି କାରଣରୁ ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ଅଭିଯୁକ୍ତ ଭୂଷଣ କୁମାର ଫେରାର୍ ଅଛନ୍ତି । ସେ ହତ୍ୟାକାଣ୍ଡ ପରେ ମୃତଦେହକୁ ପୋଡ଼ି ପ୍ରମାଣ ନଷ୍ଟ କରି ଦେବାକୁ ଉଦ୍ୟମ କରୁଥିଲେ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତାଙ୍କୁ ଖୋଜାଖୋଜି କରାଯାଉ ଥିବାବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ନାରାୟଣଗଡ଼ ଥାନା ପୁଲିସ କହିଛି ।

ଏହି ଘଟଣା ବିଷୟରେ ଯିଏ ପୋଲିସକୁ ସୂଚନା ଦେଇଥିଲା ଏବଂ ଅଭିଯୁକ୍ତ ସେହି ଘରେ ରହୁଥିଲା କିମ୍ବା ପରିବାରକୁ ଭେଟିବାକୁ ଆସିଥିଲା ସେ ସମ୍ପର୍କରେ ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଏକ ଟିମ୍ ନିୟୋଜିତ କରିଛି । ଭୂଷଣକୁ ଖୋଜିବା ପାଇଁ ପୋଲିସ ଅନେକ ସ୍ଥାନରେ ଚଢ଼ାଉ କରୁଛି ଏବଂ ମାମଲାର ଅଧିକ ତଦନ୍ତ ଚଳାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+