ପୂର୍ବତନ ଡିଜିପିଙ୍କୁ ହତ୍ୟା, ପତ୍ନୀ ହତ୍ୟା କରିଥିବା ସନ୍ଦେହ...

କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିଦେଶକ(ଡିଜିପି) ଓମ ପ୍ରକାଶଙ୍କୁ ରବିବାର ଦିନ ବେଙ୍ଗଲୁରୁ ସ୍ଥିତ ନିବାସରେ ହତ୍ୟା କରାଯାଇଛି। ସେ ୧୯୮୧ ବୟାଚର ବରିଷ୍ଠ ଅଧିକାରୀ। ତାଙ୍କ ନିଜ ଘରୁ ଓମ ପ୍ରକାଶଙ୍କର ମୃତଦେବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି। ଘଟଣା ସମୟରେ, ଘରେ କେବଳ ତାଙ୍କ ସ୍ତ୍ରୀ ଏବଂ ଝିଅ ଉପସ୍ଥିତ ଥିଲେ, ଯେଉଁମାନେ ଘରର ଡାଇନିଂ ରୁମ୍‌ରେ ଥିଲେ। ପତ୍ନୀ ହିଁ ଫୋନ୍ କରି ଏ ବିଷୟରେ ପୋଲିସକୁ ଜଣାଇଥିଲେ।

ସୂଚନା ଅନୁସାରେ, ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତଦେହ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି। ଓମ ପ୍ରକାଶ ତାଙ୍କ ପରିବାର ସହିତ ବେଙ୍ଗାଲୁରୁର ଏଚ୍ଏସଆର ଲେଆଉଟରେ ରହୁଥିଲେ। ରବିବାର ଅପରାହ୍ନରେ ତାଙ୍କ ବାସଭବନରୁ ତାଙ୍କ ମୃତଦେହ ମିଳିଛି। ସୂଚନା ମିଳିବା ମାତ୍ରେ ପୋଲିସ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅବସରପ୍ରାପ୍ତ ଡିଜି ଏବଂ ଆଇଜିପି ଓମ ପ୍ରକାଶଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଓମ୍ ପ୍ରକାଶଙ୍କ ସ୍ତ୍ରୀ ନିଜ ମାନସିକ ସ୍ଥିରତା ହରାଇ ସ୍ୱାମୀଙ୍କୁ ହତ୍ୟା କରିବା ପରେ ପୋଲିସକୁ ଖବର ଦେଇଥିବା ଦାବି କରାଯାଉଛି । ଓମ୍ ପ୍ରକାଶଙ୍କ ସ୍ତ୍ରୀଙ୍କୁ ପୋଲିସ ଅଟକ ରଖିଛି । ଏହି ଘଟଣା ଜଣାପଡ଼ିବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଓମ୍ ପ୍ରକାଶଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ସେଣ୍ଟ ଜନସ୍ ହସ୍ପିଟାଲକୁ ପଠାଯାଇଛି ।

om prakash

ଓମ୍ ପ୍ରକାଶ ୨୦୧୫, ମାର୍ଚ୍ଚ ୦୧ରେ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ ନେଇଥିଲେ । ଏହା ପୂର୍ବରୁ ସେ ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ, ସିଭିଲ୍ ଡିଫେନ୍ସ ନିର୍ଦ୍ଦେଶକ ଏବଂ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଓମ୍ ପ୍ରକାଶ ବିହାରର ଚମ୍ପାରଣ ଜିଲ୍ଲାର । ସେ ବେଲ୍ଲାରୀର ହରପାନାହାଲ୍ଲି ସବଡିଭିଜନର ଏଏସପି ଭାବରେ କାର୍ଯ୍ୟ କରିଥିଲେ । ପରେ ତାଙ୍କୁ ରାଜ୍ୟ ଭିଜିଲାନ୍ସ କମିଶନର ଏସପି ଏବଂ କର୍ଣ୍ଣାଟକ ଲୋକାୟୁକ୍ତ ଏବଂ ଚିକାମାଲୁରୁ, ଶିବାମୋଗା ଏବଂ ଉତ୍ତର କନ୍ନଡ ଜିଲ୍ଲାର ଏସପି ପଦୋନ୍ନତି ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+