' ରେତ ସମାଧୀ'କୁ ମିଳିଲା ଅନ୍ତର୍ଜାତୀୟ 'ବୁକର' ପୁରସ୍କାର

ପ୍ରଥମ ଥର ପାଇଁ ହିନ୍ଦୀ ଉପନ୍ୟାସକୁ ମିଳିଛି ଅନ୍ତର୍ଜାତୀୟ ’ବୁକର’ ପୁରସ୍କାର । ପ୍ରଖ୍ୟାତ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ହିନ୍ଦୀ ଉପନ୍ୟାସ 'ରେତ ସମାଧୀ ' ଏବଂ 'ଟମ୍ବ ଅଫ୍ ସ୍ୟାଣ୍ଡ'ମିଳିଛି ଏହି ସମ୍ମାନଜନକ ଆନ୍ତର୍ଜାତୀୟ ପୁରସ୍କାର ।

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ହିନ୍ଦୀ ଉପନ୍ୟାସକୁ ମିଳିଛି ଅନ୍ତର୍ଜାତୀୟ 'ବୁକର' ପୁରସ୍କାର । ପ୍ରଖ୍ୟାତ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ହିନ୍ଦୀ ଉପନ୍ୟାସ 'ରେତ ସମାଧୀ ' ଏବଂ 'ଟମ୍ବ ଅଫ୍ ସ୍ୟାଣ୍ଡ'ମିଳିଛି ଏହି ସମ୍ମାନଜନକ ଆନ୍ତର୍ଜାତୀୟ ପୁରସ୍କାର ।

geetanjali
ଭାରତୀୟ ଭାଷାରେ ବୁକର ପୁରସ୍କାର ପାଇବାରେ ପ୍ରଥମ ଉପନ୍ୟାସ ଭାବେ କୀର୍ତ୍ତିମାନ ସୃଷ୍ଟି କରିଛି ରାତ ସମାଧୀ । ଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀ ଏହାକୁ ହିନ୍ଦୀ ଭାଷାରେ ଲେଖିଥିବା ବେଳେ ଡେଜି ରକବେଲ ଏହାକୁ ଇଂରାଜୀରେ ଅନୁବାଦ କରିଥିଲେ ।

2018ରେ ଏହାର ହିନ୍ଦୀ ସଂସ୍କରଣ ରେତ୍ ସମାଧୀ ଉନ୍ମୋଚିତ ହୋଇଥିଲା । ପରେ ଏହାକୁ ଇଂରାଜୀ ଭାଷାରେ ଅନୁବାଦ କରାଯାଇଥିଲା । ବହିର ଟାଇଟେଲ ରଖାଯାଇଥିଲା ଟମ୍ବ ଅଫ୍ ସାଣ୍ଡ । ଏହି ପୁରସ୍କାର ପାଇଁ ବିଶ୍ୱର 135ଟି ବହିକୁ ଚୟନ କରାଯାଇଥିଲା । ଗୀତାଞ୍ଜଳିଙ୍କ ପୁସ୍ତକ ରେତ ସମାଧୀ 50ହଜାର ପାଉଣ୍ଡ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ।

ଲେଖିକା ଗୀତାଞ୍ଜଳୀ କହିଛନ୍ତି, ଏହି ପୁରସ୍କାର ପାଇ ମୁଁ ଖୁବ ଖୁସି। ପୁସ୍ତକର ଇଂରାଜୀ ଅନୁବାଦକ ଡେଜି ରକୱେଲଙ୍କ ସହ ପୁରସ୍କାର ଗ୍ରହଣ କରିଛନ୍ତି । ଗୀତାଞ୍ଜଳୀ ହିନ୍ଦି ଭାଷାକୁ ପ୍ରେମ ପତ୍ର ସହ ତୁଳନା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+