Bihar Board Result 2024: ଚଳିତ ସପ୍ତାହ ପ୍ରକାଶ ପାଇପାରେ ବିହାର ବୋର୍ଡର ରେଜଲ୍ଟ
Bihar Board Result 2024: ଏହି ସପ୍ତାହରେ ବିହାରର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇପାରେ । ଛାତ୍ରଛାତ୍ରୀମାନେ ବିହାର ବୋର୍ଡ ଅଫିସିଆଲ୍ ୱେବସାଇଟ୍ secondary.biharboardonline.comର ଅଫିସିଆଲ୍ ୱେବସାଇଟରେ ନିଜ ପରୀକ୍ଷା ରେଜଲ୍ଟ ଜାଣିପାରିବେ । ବୋର୍ଡ ପରୀକ୍ଷା ଶେଷ ହେବା ପରେ ସମସ୍ତ ଛାତ୍ରଛାତ୍ରୀ ମାନେ ରେଜଲ୍ଟକୁ ଅପେକ୍ଷା କରିଥାନ୍ତି । ତେବେ ଖୁବ୍ ଶୀଘ୍ର ଅପେକ୍ଷାର ଅନ୍ତ ହେବା ପାଇଁ ଯାଉଛି । ତେବେ ସାରା ଦେଶରେ ବିହାରରେ ପ୍ରଥମ ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥାଏ । ଚଳିତ ବର୍ଷ ମଧ୍ୟ ବିହାରରେ ପ୍ରଥମେ ରେଜଲ୍ଟ ବାହାରିବା ନେଇ ଆଶା କରାଯାଉଛି ।

ଗତ ବର୍ଷ ବିହାରରେ ଦ୍ୱାଦଶ ଶ୍ରେଣୀର ଫଳାଫଳ 21 ମାର୍ଚ୍ଚରେ ପ୍ରକାଶ ପାଇଥିଲା । ଖବର ଅନୁସାରେ, ବୋର୍ଡ ଏହି ସପ୍ତାହରେ ଫଳାଫଳ ପ୍ରକାଶ କରିପାରେ । ତେବେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ଖୁବ୍ ଶୀଘ୍ର ରେଜଲ୍ଟ ବାହାରିବାର ତାରିଖ ଘୋଷଣା କରାଯାଇ ପାରେ । ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ ଜରିଆରେ ସମସ୍ତ ସୂଚନା ପାଇପାରିବେ ।
BSEB ବିହାର ବୋର୍ଡ ଫଳାଫଳ 2024
ରେଜଲ୍ଟ ଜାଣିବା ପାଇଁ ବିହାର ବୋର୍ଡର ଅଫିସିଆଲ୍ ୱେବସାଇଟ୍ biharboardonline.bihar.gov.in ଓପନ କରନ୍ତୁ । ଏହାପରେ ହୋମ୍ ପେଜରେ ବିହାର ବୋର୍ଡ ଦଶମ, ଦ୍ୱାଦଶ ଫଳାଫଳ 2024 ର ଲିଙ୍କରେ କ୍ଲିକ୍ କରନ୍ତୁ । ଯାହା ପରେ ଆଉ ଏକ ନୂଆ ୱିଣ୍ଡୋ ଖୋଲିବ । ଯେଉଁଠି ଛାତ୍ରଛାତ୍ରୀ ନିଜ ରୋଲ ନମ୍ବର ଦେଇ ଏଣ୍ଟ୍ରି କରନ୍ତୁ, ଯାହା ପରେ ନିଜ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ । ଏହି ପେଜକୁ ଡାଉନଲୋଡ୍ କରିପାରିବେ ।












Click it and Unblock the Notifications