୪ ଦିନ ହେଲା ମାଟି ତଳେ ତନ୍ମୟ, ଉଦ୍ଧାର କାର୍ଯ୍ୟ ଜାରି
୪ ଦିନ ହେଲା ମାଟି ତଳେ ତନ୍ମୟ, ଉଦ୍ଧାର କାର୍ଯ୍ୟ ଜାରି
MP Betul Mandavi News: ୪ ଦିନ ହେଲା ମାଟି ତଳେ ତନ୍ମୟ । ଜୀବନ ମୃତ୍ୟୁ ସହ କରୁଛି ସଙ୍ଘର୍ଷ । ଦୀର୍ଘି ୬୦ ଘଣ୍ଟାରୁ ଅଧିକ ସମୟ ହେଲା ବୋରୱେଲ୍ ଭିତରେ ଫସି ରହିଛି କୁନିପୁଅ ତନ୍ମୟ । ବାହାରେ ଚାଲିଛି ତନ୍ମୟ ପାଇଁ ପୂଜାପାଠ । ପାଠ ପଢୁଥିବା ବିଦ୍ୟାଳୟର ଶିକ୍ଷକ ଓ ସାଙ୍ଗ ସାଥି କରୁଛନ୍ତି ଗାୟତ୍ରୀ ମନ୍ତ୍ରପାଠ ଆଉ ଚାହିଁ ବସିଛନ୍ତି ତନ୍ମୟର ପ୍ରଥମ ଝଲକ ପାଇବା ପାଇଁ । ସେପଟେ ଉଦ୍ଧାରକାରୀ ଦଳ ନେଇଛି ତନ୍ମୟ ଜୀବନର ଦାଇତ୍ୱ । ୪୪ ଫୁଟ ସୁଡଙ୍ଗ ଖୋଳା ସରିଥିବା ବେଳେ ଆଉ ମାତ୍ର ୧୧ ଫୁଟ୍ ବାକି ରହିଛି ।

ସୂଚନା ଅନୁସାରେ, ଆଉ କିଛି ସମୟ ପରେ ଉଦ୍ଧାର ହେବ ତନ୍ମୟ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଘଟଣା ମଧ୍ୟପ୍ରଦେଶ ବିତୁଲ ଜିଲ୍ଲା ମାନ୍ଦବୀ ଗାଁର । ବିପଦରୁ ଅଜଣା ତନ୍ମୟ ସଞ୍ଜ ବେଳେ ବିଲରେ ଖେଳୁ ଖେଳୁ ପହଁଚିଥିଲା ଖୋଲ ବିପଜ୍ୱନକ ବୋରୱେଲ୍ ନିଟକରେ । ପିଲା ମନ, ଖୁସିରେ ବୋରୱେଲ୍ ଭିତରକୁ ଚାହୁଁଥିବାବେଳେ ଖସିଯାଇଥିଲା ଗୋଡ଼ । କିଛି ବୁଝିବା ପୂର୍ବରୁ ହିଁ ବୋରୱେଲ୍ ଭିତରକୁ ଗଳି ପଡିଥିଲା ୮ ବର୍ଷୀୟ ତନ୍ମୟ । ସଙ୍ଗେ ସଙ୍ଗେ ନିଆଁ ପରି ଖବର ବ୍ୟାପିଯାଇଥିଲା । ସୂଚନା ପାଇ ଘଟଣା ସ୍ଥଳରେ ପହଁଚିଥିଲା ଉଦ୍ଧାରକାରୀ ଟିମ୍, ପୋଲିସ, ୨ଟି ଏସଡିଆରଏଫ୍ ଟିମ୍ ଏବଂ ଡାକ୍ତରୀ ଦଳ । ବୋରୱେଲର ଗଭୀରତା ୪୪୦ ଫୁଟ୍ ହୋଇଥିବା ବେଳେ ୫୦ ଫୁଟରେ ଅଟକି ରହିଛି କୁନିପୁଅ ତନ୍ମୟ । ପାଇମ୍ ମଧ୍ୟମରେ ତନ୍ମୟକୁ ଅମ୍ଳଜାନ ଯୋଗାଇଦିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।












Click it and Unblock the Notifications