ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକକାଳୀନ ପିଏନ୍‍ଜି ଏବଂ ଏଲ୍‍ପିଜି ସଂଯୋଗ ଉପରେ କଟକଣା ଜାରି

ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକକାଳୀନ ପାଇପ୍‍ଯୋଗେ ପ୍ରାକୃତିକ ଗ୍ୟାସ୍‍, ପିଏନ୍‍ଜି ଏବଂ ତରଳ ପେଟ୍ରୋଲିୟମ ଗ୍ୟାସ୍‍, ଏଲ୍‍ପିଜି ସଂଯୋଗ ଉପରେ କଟକଣା ଜାରି କରାଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଏଲ୍‍ପିଜି ସଂଯୋଗ ତୁରନ୍ତ ହସ୍ତାନ୍ତର କରିବାକୁ ଉପଭୋକ୍ତାଙ୍କୁ ନିର୍ଦ୍ଦେଶ ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି । ପିଏନ୍‍ଜି ସଂଯୋଗ ଥିବା ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏଲ୍‍ପିଜି ସଂଯୋଗକୁ କାର୍ଯ୍ୟକାରୀ ରଖିବା କିମ୍ବା ସରକାରୀ ତୈଳ କମ୍ପାନୀ ଓ ସେମାନଙ୍କର ଅଧିକୃତ ବିତରକଙ୍କଠାରୁ ଏଲ୍‍ପିଜି ସିଲିଣ୍ଡର ରିଫିଲ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ଏପରିକି ପୂର୍ବରୁ ପିଏନ୍‍ଜି ସଂଯୋଗ ଥିବା ଘରୋଇ ଉପଭୋକ୍ତାଙ୍କୁ ଭବିଷ୍ୟତରେ ନୂତନ ଏଲ୍‍ପିଜି ସଂଯୋଗ ପ୍ରଦାନ କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ କହିଛି । ରନ୍ଧନ ଗ୍ୟାସ୍‍ ଯୋଗାଣ କ୍ଷେତ୍ରରେ ନକଲ ପଦକ୍ଷେପକୁ ପ୍ରତିହତ କରିବା ଏବଂ ପିଏନ୍‍ଜି ନେଟୱର୍କ ସୁବିଧା ନଥିବା ଉପଭୋକ୍ତାଙ୍କ ପାଇଁ ଏଲ୍‍ପିଜି ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି ଭାରତର କୂଟନୈତିକ ପ୍ରୟାସ ପରେ ହରମୁଜ୍‍ ପ୍ରଣାଳୀ ଦେଇ ୨ଟି ଭାରତୀୟ ଏଲ୍‍ପିଜି ପରିବହନକାରୀ ଜାହାଜ ସୁରକ୍ଷିତ ଭାବେ ଯାତ୍ରା କରିଛି ।

gas

ଏହି ୨ଟି ଭାରତୀୟ ଜାହାଜ ଶିବାଲିକ୍‍ ଓ ନନ୍ଦାଦେବୀ ଗୁଜୁରାଟର ମୁନ୍ଦ୍ରା ଏବଂ କାନ୍ଦଲା ବନ୍ଦର ଅଭିମୁଖେ ଯାତ୍ରା କରୁଛନ୍ତି । ଏଥିରେ ୯୨ହଜାର ୭୦୦ ଟନ୍‍ ଏଲ୍‍ପିଜି ଭାରତକୁ ଆସୁଛି । ଆସନ୍ତାକାଲି କିମ୍ବା ୧୭ ତାରିଖରେ ଏହି ଜାହାଜ ୨ଟି ଭାରତୀୟ ବନ୍ଦରରେ ପହଞ୍ଚିବେ ବୋଲି ଶ୍ରୀ ସିହ୍ନା ସୂଚନା ଦେଇଛି । ହର୍‍ମୁଜ ପ୍ରଣାଳୀ ଦେଇ ପଶ୍ଚିମପାଶ୍ୱର୍ରେ ଅଟକି ରହିଥିବା ୨୨ଟି ଭାରତୀୟ
ପତାକାବାହୀ ଜାହାଜକୁ ସୁରକ୍ଷିତ ଭାବେ ଆଣିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+