ରେଳରେ ମାତ୍ରାଧିକ ଲଗେଜ୍ ନେଇ କଟକଣା
ଏବେ ବିମାନ ଭଳି ରେଳଯାତ୍ରାବେଳେ ଯାତ୍ରୀଙ୍କ ମାତ୍ରାଧିକ ଲଗେଜ୍ ଉପର କଟକଣା। ଯଦି ଲଗେଜ ଅଧିକ ହୁଏ ତେବେ ଏନେଇ ଦେବାକୁ ପଡିବ ଅତିରିକ୍ତ ଦେୟ। ରେଳ ମନ୍ତ୍ରଣାଳୟ ଏହି ନୂଆ ନିୟମ ଆଣିଛି । ଏବେ ଯାତ୍ରୀ ସ୍ବାଭାବିକ ଠାରୁ ଅଧିକ ଲଗେଜ ସାଙ୍ଗରେ ନେଲେ ପାର୍ସଲ କାର୍ଯ୍ୟାଳ
ନୂଆଦିଲ୍ଲୀ: ଏବେ ବିମାନ ଭଳି ରେଳଯାତ୍ରାବେଳେ ଯାତ୍ରୀଙ୍କ ମାତ୍ରାଧିକ ଲଗେଜ୍ ଉପର କଟକଣା। ଯଦି ଲଗେଜ ଅଧିକ ହୁଏ ତେବେ ଏନେଇ ଦେବାକୁ ପଡିବ ଅତିରିକ୍ତ ଦେୟ। ରେଳ ମନ୍ତ୍ରଣାଳୟ ଏହି ନୂଆ ନିୟମ ଆଣିଛି । ଏବେ ଯାତ୍ରୀ ସ୍ବାଭାବିକ ଠାରୁ ଅଧିକ ଲଗେଜ ସାଙ୍ଗରେ ନେଲେ ପାର୍ସଲ କାର୍ଯ୍ୟାଳୟରେ ବୁକିଂ କରିବାକୁ ପଡିବ ।

ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଅଧିକ ଲଗେଜ ଥିଲେ ପାର୍ସଲ କାଉଣ୍ଚରରେ ଲଗେଜ ବୁକ କରିବା ପାଇଁ ଯାତ୍ରୀଙ୍କୁ ପରାମର୍ଶ ଦେଇଛି । ଏନେଇ ରେଳ ମନ୍ତ୍ରଣାଳୟ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇ କହିଛି, ଅଧିକ ଲଗେଜ ସହ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଯାତ୍ରା ପୂର୍ବରୁ ପାର୍ସଲ କାର୍ଯ୍ୟାଳୟରେ ନିଜ ଲଗେଜ ବୁକିଂ କରିବାକୁ ପଡିବ । ଏହାପରେ ଯାତ୍ରୀ ଯାତ୍ରା କମ ଲଗେଜ ରେ ଶାନ୍ତି ରେ ଯାତ୍ରା କରି ପାରିବେ।












Click it and Unblock the Notifications