କୋଲକତା ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲା: ଆଜିଠୁ ରାସ୍ତାରେ ଡାକ୍ତରଙ୍କ OPD ସେବା
Kolkata Doctor Case: କୋଲକତା ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲାରେ ଆଜି ଦିଲ୍ଲୀ ନିର୍ମାଣି ଭବନ ସମ୍ମୁଖରେ ଡାକ୍ତରଙ୍କ ଅଭିନବ ପ୍ରତିବାଦ । ଆଜିଠୁ ରାସ୍ତାରେ ରେସିଡେଣ୍ଟ ଡାକ୍ତରମାନେ ମାଗଣା OPD ସେବା ଦେବେ । ତେବେ ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନ ମଳିବା ପର୍ଯ୍ୟନ୍ତ ରାସ୍ତାରେ ଓପିଡି ସେବା ଜାରି ରହିବ ବୋଲି ସୂଚନା ରହିଛି । ଦିଲ୍ଲୀ ଏମ୍ସ ସହ ଅନ୍ୟ ଡାକ୍ତରଖାନାର ଡାକ୍ତର ମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, କୋଲକତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ସାରା ଦେଶରେ ପ୍ରତିବାଦ ଜାର ରହିଛି ଏବଂ ପ୍ରତ୍ୟେକ ଦିନ ନୂଆ ନୂଆ ଖୁଲାତ ହେଉଛି । ସମଗ୍ର ଦେଶରେ ଏହି ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ଏହି ମାମଲାରେ ତଦନ୍ତ ସିବିଆ କରୁଛି ଏବଂ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।












Click it and Unblock the Notifications