ଦିଲ୍ଲୀ ଆମ ଆଦମୀ ପାର୍ଟି ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ, ଆତିଶୀଙ୍କୁ ୩ଟି ନୂଆ ବିଭାଗ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିବାଲଙ୍କ ନେତୃତ୍ଵରେ ପରିଚାଳିତ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଦିଲ୍ଲୀ ସରକାରରେ କ୍ଯାବିନେଟ ପାହ୍ୟା ମନ୍ତ୍ରୀ ଥିବା ଅତିଶୀ ମର୍ଲେଙ୍କୁ ଅତିରିକ୍ତ ଭାବରେ ଅର୍ଥ, ଯୋଜନା ଏବଂ ରାଜ୍ଯସ୍ବ ବିଭାଗ ଦାୟିତ୍ଵ ମିଳିଛି । ଅର୍ଥାତ ପୂର୍ବ ବିଭାଗକୁ ମିଶାଇ ଅତିଶୀଙ୍କୁ ଏବେ ସମୁଦାୟ ୧୦ ଗୋଟି ବିଭାଗ ମିଳିଛି ।

atishi

କେଜ୍ରିବାଲଙ୍କ ସରକାରରେ ଅତିଶୀ ଏବେ ସବୁଠାରୁ ଟାଣୁଆ ମନ୍ତ୍ରୀ ଭାବରେ ଉଭା ହୋଇଛନ୍ତି । ଅତିଶୀଙ୍କୁ ମିଳିଥିବା ଅର୍ଥ ସମେତ ଅନ୍ୟ ବିଭାଗ ଗୁଡିକ କୈଲାଶ ଗେହଲୋତଙ୍କ ପାଖରେ ଥିଲା । କୈଲାଶଙ୍କ ହାତରୁ ଏହି ବିଭାଗ ଗୁଡିକ କାଢି ନିଆଯାଇ ଅତିଶୀ ଦିଆଯିବା ପରେ ତାଙ୍କ ଗୁରୁତ୍ଵ ବଢିଛି ଆପ ସରକାରରେ । ଅତିଶୀଙ୍କ ଦାୟିତ୍ଵ ସମ୍ବନ୍ଧିତ ନିର୍ଦ୍ଦେଶକୁ ଦିଲ୍ଲୀର ଅତିରିକ୍ତ ରାଜ୍ୟପାଳ ଅନୁମୋଦନ କରିଛନ୍ତି ।

ଆମ ଆଦମୀ ପାର୍ଟି ସରକାରରେ ଟାଣୁଆ ମନ୍ତ୍ରୀ ଥିବା ମନୀଷ ସିସୋଦିଆ ଏବଂ ସତ୍ଯେନ୍ଦ୍ର ଜୈନ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଅତିଶୀ ଏବଂ ସୌରଭ ଶୁକ୍ଲାଙ୍କୁ କ୍ଯାବିନେଟରେ ସ୍ଥାନିତ କରାଯାଇଥିଲା । ସିସୋଦିଆଙ୍କୁ ଉତ୍ପଦ ଶୁଳ୍କ ଏବଂ ସତ୍ଯେନ୍ଦ୍ରଙ୍କୁ ମନି ଲଣ୍ଡେରିଙ୍ଗ ମାମଲାରେ ଗିରଫ କରଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+