ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ
ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ଘୋଷଣା କଲେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ।

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ଅର୍ଥାତ ମାସିକ EMIରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆପଣ ଘର, ଗାଡ଼ି ଆଦି ଋଣରେ ଦେଉଥିବା ଇଏମଆଇ ଅପରିବର୍ତ୍ତିତ ରହିବ। ରେପୋ ରେଟ୍ କୁ ଆରବିଆଇ ୫.୫ ପ୍ରତିଶତରେ ସ୍ଥିର ରଖିଛି । ରେପୋ ରେଟ୍ ସ୍ଥିର ଥିବାରୁ ବ୍ୟାଙ୍କଗୁଡିକ ଋଣ ଉପରେ ସୁଧ ହାରରେ କୌଣସି ପରିବର୍ତ୍ତନ କରିବେ ନାହିଁ । ହୋମ ଲୋନ, ଗାଡି ଲୋନ ଏବଂ ଏମଏସଏମଇ ଲୋନ ଉପରେ ସୁଧ ହାର ସ୍ଥିର ରହିବ । ଯଦି ମୁଦ୍ରାସ୍ଫୀତି ଆଗକୁ କମେ ତେବେ ଚଳିତ ଆର୍ଥିକ ବର୍ଷରେ ଆଗକୁ ସୁଧ ହାର ହ୍ରାସ ହେବ ସହ ଇଏମଆଇ କମିପାରେ । RBI ଆଶା କରୁଛି ମୁଦ୍ରାସ୍ଫୀତି ଆହୁରି କମିପାରେ ।
ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୪.୨% ରହିପାରେ । ଆୟକର ହ୍ରାସ ଓ GST ସୁଧାର ଭଳି ପଦକ୍ଷେପ ଦର ବୃଦ୍ଧି ଚାପକୁ କମାଇଛି । RBI ବର୍ତ୍ତମାନ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର GDP ବୃଦ୍ଧିକୁ 6.8%କୁ ବୃଦ୍ଧି କରିଛି । ପୂର୍ବରୁ 6.5% ଆକଳନ କରାଯାଇଥିଲା । ଅବଶ୍ୟ ଟାରିଫ ସମସ୍ୟା ଯୋଗୁଁ ଆର୍ଥିକ ବର୍ଷ ଦ୍ବିତୀୟ ଭାଗରେ ଅଭିବୃଦ୍ଧି ହ୍ରାସ ପାଇବା ଅନୁମାନ କରିଛି ଆରବିଆଇ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications