ଭାରତୀୟ ବ୍ୟାଙ୍କ ଉପରେ 'ସାଇବର ଆଟାକ୍'ଭୟ, RBI ଦେଲା ଚେତାବନୀ

RBI Alert: ଭାରତୀୟ ବ୍ୟାଙ୍କ ଗୁଡିକୁ ସାଇବର୍ ଆଟାକର ଭୟ ଥିବା ନେଇ ଚେତାବନୀ ଦେଲା ରିଜର୍ଭ ବ୍ୟାଙ୍କ । ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଇପାରେ ବୋଲି ସେଣ୍ଟ୍ରାଲ ବ୍ୟାଙ୍କ ଆଶଙ୍କା କରୁଛି। ଏହା ସହିତ ସାଇବର ସୁରକ୍ଷା ସୁଦୃଢ କରିବା ପାଇଁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କମାନଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

RBI

ବ୍ୟାଙ୍କିଙ୍ଗ ଶିଳ୍ପ ସହିତ ଜଡିତ ଲୋକଙ୍କ ଉଦ୍ଧେଶ୍ୟରେ ମନି କଣ୍ଟ୍ରୋଲର ଏକ ରିପୋର୍ଟରେ ଏହା ଦର୍ଶାଯାଇଛି । ରିପୋର୍ଟ ଅନୁଯାୟୀ, ସାଇବର ଆକ୍ରମଣର ଆଶଙ୍କା ବୃଦ୍ଧି ନେଇ କେନ୍ଦ୍ରୀୟ ବ୍ୟାଙ୍କ କିଛି ବ୍ୟାଙ୍କକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । ଏହି ଚେତାବନୀ ସହିତ ରିଜର୍ଭ ବ୍ୟାଙ୍କ ମଧ୍ୟ ସେହି ପଏଣ୍ଟଗୁଡିକ ବିଷୟରେ ବ୍ୟାଙ୍କମାନଙ୍କୁ କହିଛି ଯେଉଁଠାରେ ସାଇବର ସୁରକ୍ଷାକୁ ସୁଦୃଢ କରିବା ପାଇଁ ପଡିବ ।

ତେବେ ସାଇବର କ୍ରାଇମକୁ ଏଡାଇବା ପାଇଁ ବ୍ୟାଙ୍କଗୁଡିକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଆରବିଆଇ ଏକ ସମୀକ୍ଷା ବୈଠକ କରିଛି । ଏଥିପାଇଁ ସାଇବର ସୁରକ୍ଷା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ପରୀକ୍ଷା ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ, ଯାହାକୁ CSight ମଧ୍ୟ କୁହାଯାଏ । CSight ରେ, ବିଭିନ୍ନ ବ୍ୟାଙ୍କର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି, ଇଣ୍ଟରନେଟ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମର ସାମର୍ଥ୍ୟ, ଠକେଇ ଚିହ୍ନଟ ପ୍ରଣାଳୀ ଇତ୍ୟାଦି ପରୀକ୍ଷା କରାଯାଏ ।

ଡିଜିଟାଲ ବ୍ୟାଙ୍କିଙ୍ଗର ଚାହିଦା ବଢିବା ସହିଦ ସାଇବର ଆଟାକ୍ ବିପଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ, ସାଇବର ଏବଂ ଆଇଟିକୁ ପୃଥକ ଭାବରେ ସମୀକ୍ଷା କରିବାର ଆବଶ୍ୟକତା ଅଛି । CSight ଅଧୀନରେ, ଆରବିଆଇର ଯାଞ୍ଚ ଦଳ ସମସ୍ତ ବ୍ୟାଙ୍କର ଆଇଟି ସିଷ୍ଟମକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରନ୍ତି । ସାଇବର ଧମକ ବିରୋଧରେ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଚେତାବନୀ ଦେଇଛି। ଆରବିଆଇର ଡେପୁଟି ଗଭର୍ଣ୍ଣର ଗତ ମାସ ଆରମ୍ଭରେ ଏକ ଇଭେଣ୍ଟରେ କହିଥିଲେ ଯେ, ନୂତନ ସାଇବର ବିପଦ ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ର ପ୍ରସ୍ତୁତ ରିହବା ଉଚିତ। ସେ ଫେବୃଆରୀ 9 ରେ 19 ତମ ବ୍ୟାଙ୍କ ଟେକ୍ନୋଲୋଜି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+