ଆମେରିକାରେ ବନ୍ୟା ପ୍ରଳୟ,୨୪ ମୃତ

ଆମେରିକାର ଦକ୍ଷିଣ ମଧ୍ୟ କ୍ଷେତ୍ରରେ ସ୍ଥିତ ଟେକ୍ସାସ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ପାଇଁ ହାହାକାର ସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏଥିରେ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକେ ନିଖୋଜ ଅଛନ୍ତି । ଲୋକଙ୍କୁ ଜଳବନ୍ଦୀ ଅଞ୍ଚଳରୁ ରକ୍ଷା କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗା ଠାରୁ ଆରମ୍ଭ କରି ହେଲିକପ୍ଟର ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି ।

america

ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପରେ ନଦୀରେ ପ୍ରଖର ଜଳ ପ୍ରବାହିତ ହେବା ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିଲା । ଅନେକ ଜଳବନ୍ଦୀ ଅଞ୍ଚଳରୁ ପ୍ରାୟ ୨୩୭ ଲୋକଙ୍କ ଜୀବନ ରକ୍ଷା କରାଯାଇଛି । ଉଦ୍ଧାରକାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+