Get Updates
Get notified of breaking news, exclusive insights, and must-see stories!

ତେଲେଙ୍ଗାନାରେ ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାର ପ୍ରୟାସ

ତେଲେଙ୍ଗାନା ନାଗରକୁରନୁଲ ଜିଲ୍ଲାରେ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ଫସି ରହିଥିବା ୮ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଜୋରଦାର ଚାଲିଛି ରେସ୍‌କ୍ୟୁ ଅପରେସନ୍। ରାତି ସାରା ଏସ୍‌ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଟନେଲ ଭିତରକୁ ଯିବା ସମ୍ଭବ ହୋଇନାହିଁ । ଟନେଲ୍ ଭିତରେ କାଦୁଅ ଭର୍ତ୍ତି ହୋଇଥିବାରୁ ଅନ୍ୟ ବାଟ ଦେଇ ଯିବା ପାଇଁ ଉଦ୍ୟମ କରାଯାଉଛି।

ଭାରତୀୟ ସେନା ଓ ଏନ୍‌ଡିଆରଏଫ୍‌ର ମଧ୍ୟ ସହାୟତା ନିଆଯାଉଛି। ସୁଡଙ୍ଗ କାମ ଦୀର୍ଘ ଦିନ ଧରି ଅଟକି ରହିଥିଲା । ୪ ଦିନ ତଳେ ପୁଣି ଥରେ କାମ ଆରମ୍ଭ ହୋଇଥିଲା। ଏକ ଲିକ୍‌କୁ ମରାମତି କରିବା ପାଇଁ କିଛି ଶ୍ରମିକ ଓ ଇଞ୍ଜିନିୟର ଯାଇଥିବା ବେଳେ ଅଘଟଣ ଘଟିଥିଲା। ସେମାନଙ୍କ ମଧ୍ୟରୁ ଅନେକ ବାହାରି ଆସିବାରେ ସଫଳ ହୋଇଥିଲେ।

Telangana tunnel collapse

୨ ଜଣ ଇଞ୍ଜିନିୟର, ୨ ଜଣ ମେସିନ୍ ଅପରେଟର ଓ ୪ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି। ଏମାନେ ଝାଡଖଣ୍ଡ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ପଞ୍ଜାବର ବାସିନ୍ଦା ବୋଲି ସୂଚନା ମିଳିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+