Get Updates
Get notified of breaking news, exclusive insights, and must-see stories!

ରାହୁଲ ରେସ୍କ୍ୟୁ ଅପରେସନ: ଉଦ୍ଧାରକାରୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଦେଶର ସବୁଠାରୁ ବଡ ରେସ୍କ୍ୟୁ ଅପରେସନର ଉଦ୍ଧାରକାରୀ ଦଳଙ୍କୁ ସମ୍ମାନିତ କରାଯାଇଛି । 65 ଫୁଟ୍ ଗଭୀର ବୋରଓ୍ବେଲରେ ଫସିଥିଲା ରାହୁଲ ସାହୁ ନାମକ 10 ବର୍ଷର ବାଳକ। ଦୀର୍ଘ 5 ଦିନର ଅକ୍ଲାନ୍ତ ପରିଶ୍ରମ ପରେ ରାହୁଲକୁ ସୁରକ୍ଷିତ ଉଦ୍ଧାର ହୋଇଥିଲା ଏହି ବାଳକ। ଉଦ୍ଧାରକାର

ରାୟପୁର: ଦେଶର ସବୁଠାରୁ ବଡ ରେସ୍କ୍ୟୁ ଅପରେସନର ଉଦ୍ଧାରକାରୀ ଦଳଙ୍କୁ ସମ୍ମାନିତ କରାଯାଇଛି । 65 ଫୁଟ୍ ଗଭୀର ବୋରଓ୍ବେଲରେ ଫସିଥିଲା ରାହୁଲ ସାହୁ ନାମକ 10 ବର୍ଷର ବାଳକ। ଦୀର୍ଘ 5 ଦିନର ଅକ୍ଲାନ୍ତ ପରିଶ୍ରମ ପରେ ରାହୁଲକୁ ସୁରକ୍ଷିତ ଉଦ୍ଧାର ହୋଇଥିଲା ଏହି ବାଳକ। ଉଦ୍ଧାରକାରୀ ଟିମଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସମ୍ପର୍ଦ୍ଧିତ କରିଛନ୍ତି ।

rahul

ରାୟପୁରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମକୁ ମୁଖ୍ୟମନ୍ତ୍ରୀ ବଘେଲ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ରାହୁଲ ରେସ୍କ୍ୟୁ ଉପରେ ଡକ୍ୟୁମେଣ୍ଟାରୀ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏନଡିଆରଏଫ ଟିମ୍‌କୁ ଆଉ ଥରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି ।

ଏହି ବୋରଓ୍ବେଲ ଭିତରେ ରାହୁଲ ସହ ବିଷାକ୍ତ ସାପ ଓ ବେଙ୍ଗ ମଧ୍ୟ ରହିଥିଲେ। ଅଳ୍ପକେ ସାପଠାରୁ ବର୍ତ୍ତିଯାଇଛି ରାହୁଲର ଜୀବନ। 65 ଫୁଟ ଭଗୀରର ଟନେଲ ଖୋଳାଯାଇଥିଲା । ଏହାପରେ ଏକ ବିରାଟ ପଥରକୁ କାଟି ରାହୁଲଠାରୁ 4 ଫୁଟ ଦୂରରେ ପହଞ୍ଚି ଥିଲେ ଉଦ୍ଧାରକାରୀ ଟିମ୍ । ଏହାପରେ ମେସିନ ବଦଳରେ ହାତରେ ପଥର କଟା ଆରମ୍ଭ ହୋଇଥିଲା । ଯାହାକୁ ପାର ହୋଇ ରାହୁଲ ପାଖରେ ପହଞ୍ଚିବାକୁ ଦୁଇଦିନ ଲାଗିଥିଲା । ଶେଷରେ ଉଦ୍ଧାରକାରୀ ଟିମ୍ ରାହୁଲକୁ ସୁରକ୍ଷିତ ବାହାରକୁ ଆଣିବାକୁ ସକ୍ଷମ ହୋଇଥିଲେ । ପରେ ରହୁଲକୁ ବିଳାସପୁର ଆପୋଲ ହସ୍ପିଟାଲକୁ ନିଆଯାଇଥିଲା ।

ଉଦ୍ଧାର ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ରାହୁଲ ଉଦ୍ଧାରର ସେହି ସମୟକୁ ଅପେକ୍ଷା କରି ରହିଥିଲେ । ରାହୁଲ ଉଦ୍ଧାର ପରେ ତାକୁ ମେଡିକାଲ ନେବାକୁ ଗ୍ରୀନ କରିଡର କରାଯାଇଥିଲା । ଆପୋଲ ନେବା ବାଟରେ ପଡୁଥିବା ସମସ୍ତ ମେଡିକାଲରୁ ହାଇ ଆଲର୍ଟରେ ରଖଯାଇଥିଲା । ରାହୁଲ ଉଦ୍ଧାର ହେବା ପରେ ଛତିଶଗଡରେ ସତେ ଯେମିତି ଦୀପାବଳି ପାଳନ ହୋଇଥିଲା । ଲୋକେ ବାଣ ଫୁଟାଇ ରାହୁଲ ଫେରିବାକୁ ଉତ୍ସବ ପରି ମନାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+