Get Updates
Get notified of breaking news, exclusive insights, and must-see stories!

ଗଣତନ୍ତ୍ର ଦିବସ: କାହିଁକି ପତାକା ଉତ୍ତୋଳନ କରନ୍ତି ରାଷ୍ଟ୍ରପତି ?

Republic Day: ପ୍ରତ୍ୟେକ ବର୍ଷ 26 ଜାନୁଆରୀରେ ଦେଶ ଏହାର ମହାନ୍ ପର୍ବ 'ଗଣତନ୍ତ୍ର ଦିବସ' ପାଳନ କରିଥାଏ । ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥ ଠାରେ ଏହି ମହାନ ଉତ୍ସବକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଏ । 'ଗଣତନ୍ତ୍ର ଦିବସ' କେବଳ ଏକ ଜାତୀୟ ପର୍ବ ନୁହେଁ ବରଂ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । ତେବେ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ସମସ୍ତ ଭାରତୀୟ ଜାଣିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ଏହି ଦିନ ବିଷୟରେ, ଯାହା ପ୍ରତ୍ୟେକ ଭାରତୀୟ ଜାଣିବା ଆବଶ୍ୟକ ।

ଲାଗୁ ହୋଇଥିଲା ଭାରତର ସମ୍ବିଧାନ
ଭାରତ 15 ଅଗଷ୍ଟ 1947 ରେ ସ୍ୱାଧୀନ ହୋଇଯାଇଥିଲା, କିନ୍ତୁ ଆମର ଲିଖିତ ସମ୍ବିଧାନ 26 ଜାନୁୟାରୀ 1950 ରେ ଲାଗୁ ହେଲା । ତେଣୁ ଏହି ଦିନକୁ ସେବେଠାରୁ 'ଗଣତନ୍ତ୍ର ଦିବସ' ଭାବରେ ପାଳନ କରାଯାଏ । 395 ଟି ଆର୍ଟିକିଲ୍ ଏବଂ 8 ଟି ସିଡ୍ୟୁଲ୍ ସହିତ ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବ ବୃହତ ଲିଖିତ ସମ୍ବିଧାନ ।

President hosting the flag in republic day

ଭାରତର ଏହି ମହାନ୍ ସମ୍ବିଧାନ ଗଠନ ପାଇଁ 2 ବର୍ଷ, 11 ମାସ 18 ଦିନ ସମୟ ଲାଗିଥିଲା

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଉତ୍ତୋଳନ କରନ୍ତି ଜାତୀୟ ପତାକା
ପ୍ରଧାନମନ୍ତ୍ରୀ ଦେଶର ରାଜନୈତିକ ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ। ଏହି ଦିବସରେ ସମ୍ବିଧାନ ପ୍ରଚଳନ ହୋଇଥିବାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ସମ୍ବିଧାନକୁ ସମ୍ମାନ ଜଣାଇ ଦେଶର ମହାମହିମ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିଥାନ୍ତି ।

ରାଜପଥରେ ପାଳନ ହୁଏ ଗଣତନ୍ତ୍ର ଦିବସ
ଜାନୁଆରୀ 26, 1950 ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ଗୃହର ଦରବାର ହଲରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। । 1955 ମସିହାରୁ ରାଜପଥରେ ଗଣତନ୍ତ୍ର ଦିବସ ପାଳନ ଆରମ୍ଭ ହୋଇଥିଲା ଏବଂ ସେନା ଏଠାରେ ପ୍ୟାରେଡ ଆରମ୍ଭ କରିଥିଲେ। । ଗଣତନ୍ତ୍ର ଦିବସ ଅବସରରେ ଯବାନମାନଙ୍କ ସାହସିକତା ପାଇଁ ପରମବୀର ଚକ୍ର, ଅଶୋକ ଚକ୍ର ଏବଂ କୀର୍ତ୍ତୀ ଚକ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ମାନ ଦିଆଯାଏ । ଏହା ପରେ ଆମର ସୈନ୍ୟବାହିନୀ ଏହାର ଶକ୍ତି ପ୍ରଦର୍ଶନ ଏବଂ ପ୍ୟାରେଡ୍ ମାର୍ଚ କରନ୍ତି । ପ୍ୟାରେଡରେ ଭାରତୀୟ ସେନା, ବାୟୁସେନା, ନୌସେନା ଇତ୍ୟାଦିର ବିଭିନ୍ନ ରେଜିମେଣ୍ଟ ଅଂଶଗ୍ରହଣ କରନ୍ତି । ପ୍ୟାରେଡରେ ବିଭିନ୍ନ ରାଜ୍ୟର ପ୍ରଦର୍ଶନୀ ମଧ୍ୟ ରହିଥାଏ । ପ୍ରତ୍ୟେକ ପ୍ରଦର୍ଶନୀ ଭାରତର ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧତା ପ୍ରଦର୍ଶିତ କରିଥାଏ ।

ଜାତୀୟ ସାହସିକତା ପୁରସ୍କାର'
ଗଣତନ୍ତ୍ର ଦିବସରେ 16 ବର୍ଷରୁ କମ୍ ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ସାହାସିକତା ପୁରସ୍କାର ଦିଆଯାଇଥାଏ । ଏହି ପୁରସ୍କାର 1957 ମସିହାରେ ସରକାର 16 ବର୍ଷରୁ କମ୍ ପିଲାଙ୍କ ପାଇଁ ଆରମ୍ଭ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+