Republic Day speech in Odia : ସାଧାରଣତନ୍ତ୍ର ଦିବସରେ କିପରି ଦେବା ଭାଷଣ ?
ଆସନ୍ତା ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୫ତମ ସାଧାରଣତନ୍ତ୍ର ଦିବସ । ବେଶ ଧୁମ୍ଧାମ୍ରେ ସାଧାରଣତନ୍ତ୍ର ଦିବସ ପାଳନ କରିବ ଭାରତ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହାସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଯାହାକୁ ଭାରତବର୍ଷ ସାଧାରଣତନ୍ତ୍ର ଦିବସ ରୂପେ ଏହି ଦିନକୁ ପାଳନ କରିଆସୁଛି ।
ତେବେ ସାଧାରଣତନ୍ତ୍ର ଦିବସରେ କିପରି ଦେବା ଭାଷଣ ?
ସମ୍ମାନନୀୟ ଗୁରୁଜୀ ଓ ଗୁରୁମାବୃନ୍ଦ, ଆଜି ଆମେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ଏହି ଅବସରରେ ମୁଁ ଦେଶ ପ୍ରତି ଭାରତୀୟ ଜାତି ପ୍ରତି ନମ୍ର କୃତଜ୍ଞତା ଜ୍ଞାପନ କରୁଛି । ଗଣତନ୍ତ୍ର ଦିବସ ବିଷୟରେ କିଛି କହୁଥୁବାରୁ ନିଜକୁ ଧନ୍ୟ ମନେ କରୁଛି ।
ଗଣ ଶବ୍ଦର ଅର୍ଥ ଲୋକମାନେ ଓ ତନ୍ତ୍ର ଅର୍ଥ ଶାସନ । ଆମେ ସମସ୍ତେ ଜାଣିଛେ ଆମ ଦେଶ ୧୯୪୭ ମସିହା ଅଗଷ୍ଟ ପନ୍ଦର ତାରିଖ ଦିନ ସ୍ଵାଧୀନ ହେଲା । କିନ୍ତୁ ୧୯୫୦ ଜାନୁୟାରୀ ୨୬ ତାରିଖ ପର୍ଯ୍ୟନ୍ତ ଆମ ଦେଶରେ ବ୍ରିଟିଶ ଆଇନ କାର୍ଯ୍ୟକାରୀ ହୋଇଥିଲା । ଭାରତର ସ୍ବତନ୍ତ୍ର ଆଇନ ଖସଡ଼ା ବା ସମ୍ବିଧାନ ସେତେଦିନ ଯାଏଁ ପ୍ରଣିତ ହୋଇନଥିଲା ।
ସମସ୍ତେ ଅନୁଭବ କଲେ ଯେହେତୁ ଆମ ଦେଶ ସ୍ବାଧୀନତା ହାସଲ କରିଛି ଆମ ନିଜର ସମ୍ବିଧାନ ଅନୁସାରେ ଦେଶ ଶାସନ ହେବା ଉଚିତ । ସେଥିପାଇଁ ସମ୍ବିଧାନ ପ୍ରଣୟନ ସଂସ୍ଥା ପ୍ରତିଷ୍ଠିତ ହେଲା । ଏହାର ମୁଖ୍ୟ ଥିଲେ ରାଷ୍ଟ୍ରପୁରୁଷ ଭୀମରାଓ ଆମ୍ବେଦକର । ସେ ଥିଲେ ଭାରତୀୟ ସମ୍ବିଧାନର ଜନକ ।
ଭାରତର ସମ୍ବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ବେଦକର ଥିଲେ । ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ୱଲିକୁ ହସ୍ତାନ୍ତର କଲେ । ଦୀର୍ଘ ୧୬୬ ଦିନ ଧରି ଏହା ନାଗରିକଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ୱଲିକୁ ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ । ଶେଷରେ ୨୪ ଜାନୁଆରୀ ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ଏହି ସମ୍ବିଧାନ ଜାନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ପାଳନ କରୁଛୁ ।
ଦୀର୍ଘ ୨ ବର୍ଷ ୧୧ମାସ ୧୮ ଦିନ ପରେ ଆମ ଦେଶ ଆମ ଆଇନ ଅନୁସାରେ ପରିଚାଳିତ ହେଲା । ସେଦିନ ଆମେ ସଂପୁର୍ଣ୍ଣ ରୂପେ ସ୍ବାଧୀନତାର ମହୁ ଚାଖିଲୁ । ସେଥିପାଇଁ ଜାନୁୟାରୀ ଛବିଶ ଆମ ଦେଶର ରାଷ୍ଟ୍ରୀୟ ପର୍ବ । ହିମାଳୟରୁ କନ୍ୟାକୁମାରୀ, କାଶ୍ମୀର ଠାରୁ କର୍ଣ୍ଣାଟକ, ଇରମ ଠାରୁ ମାତିଲି, ଖୋର୍ଦ୍ଧାଠୁ ସମ୍ବଲପୁର ସମସ୍ତେ ଏହି ପର୍ବକୁ ଆନନ୍ଦରେ ପାଳନ କରିଥାନ୍ତି ।
ଏହି ପବିତ୍ର ଦିନରେ ଦିଲ୍ଲୀର ଗେଟ୍ ଠାରେ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଜଳ, ସ୍ଥଳ, ବାୟୁସେନା, ଏନ.ସି.ସି., ଅଗ୍ନିସମ ସେବା ବାହିନୀ ପକ୍ଷରୁ ମାର୍ଚ୍ଚ ଫାଷ୍ଟ କରାଯାଏ ।

ତ୍ରିରଙ୍ଗା ପତାକା ଉତ୍ତୋଳନ ହେବାପରେ ମୁଖ୍ୟ ଅତିଥି ଦେଶବାସୀ ତଥା ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଥାନ୍ତି । ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଦଳ ଦିଲ୍ଲୀଠାରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥାନ୍ତି ।
ସାରା ଦେଶର ସୈନ୍ୟ ବିହୀନ, ବୀର ସୈନିକ, ଦକ୍ଷ ପୋଲିସ୍ ମାନଙ୍କୁ ଏହି ପବିତ୍ର ଦିବସରେ ପୁରସ୍କୃତ କରାଯାଏ । ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ଭାରତରତ୍ନ ଠାରୁ ଆରମ୍ଭକରି ପଦ୍ମଶ୍ରୀ ଉପାଧି ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦତ୍ତ ହୁଏ । ଜନତା ଜନାର୍ଦ୍ଦନଙ୍କ ଉଦ୍ଦେଶ୍ୟରେ ଏହି ଉତ୍ସବ ହୋଇଥାଏ । ତ୍ରିରଙ୍ଗା ପତାକା ତଳେ ସମସ୍ତେ ଏକଜୁଟ ହୋଇ ଭାରତର କୋଣ ଅନୁକୋଣରେ ସମ୍ମାନ ଜଣାଇଥାନ୍ତି । ସେଦିନ ତ୍ରିରଙ୍ଗା ପତାକା ଘରେ ଘରେ ପୁରପଲ୍ଲୀରେ ଉଡ଼ାଯାଏ ।
ଗଣତନ୍ତ୍ର ଦିବସ କେବଳ ସାମୟିକ ଆନନ୍ଦଦାୟକ ଉତ୍ସବ ନୁହେଁ । ଏହା ଆମପାଇଁ ଆତ୍ମ ସମୀକ୍ଷାର ଦିନ । ଏହି ଦିନ ଆମେ । ଶପଥ ନେବା ଆମ ଦେଶକୁ, ଆମ ଭାଷାକୁ ସୁରକ୍ଷିତ ରଖିବା । ସମ୍ମାନ ଦେବା ଶ୍ରଦ୍ଧା କରିବା । ଆସନ୍ତୁ ବନ୍ଧୁଗଣ ଆଜି ଆମେ ହାତକୁ ହାତ ମିଳାଇବା ଏକ ସ୍ବରରେ କହିବା ଦୁର୍ନୀତିର ମୂଳୋତ୍ପାଟନ କରିବା, ବେକାରୀ ହଟାଇବା, ଶାନ୍ତି ବଜାୟ ରଖିବା ତେବେ ପାଳନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ।।
ଶହେ ୧୪୦ କୋଟି ଭାରତୀୟ ଯେଉଁଦିନ ଏକ ମନ, ଏକ ପ୍ରାଣ ନେଇ ଭାରତର ଉନ୍ନତି ପାଇଁ ପ୍ରାଣପାତ କରିବାକୁ ଆଗେଇ ଆସିବେ ସେହିଦିନ ହିଁ ଗଣତନ୍ତ୍ର ଦିବସ ପାଳନର ପ୍ରକୃତ ମୂଲ୍ୟାୟନ ହୋଇପାରିବ । ଆଜିର ଛାତ୍ର ଆଜିର ନାଗରିକ । ଆଜି ଆମେ ଶପଥ ନେବା ଭାରତକୁ ମହାନ୍ କରି ଗଢ଼ିବା । ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି | ଜୟ ହିନ୍ଦ । ବନ୍ଦେ ଉତ୍କଳ ଜନନୀ ।
ପ୍ରତିବର୍ଷ ଅନ୍ୟ ଏକ ଦେଶର ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ର ପ୍ରତିନିଧିଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାଯାଏ । ୧୯୫୦ ମସିହାରୁ ଏହି ପରମ୍ପରା ଚଳି ଆସୁଛି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications