ଗଣତନ୍ତ୍ର ଦିବସ କଟକଣା: ଟ୍ରାଫିକ୍ ଆଡଭାଇଜରି ଜାରି, ପରେଡ ଦେଖିବାକୁ ଏଠାରେ ବୁକ୍ କରନ୍ତୁ ଟିକେଟ୍
Republic Day Parade: ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସକାଳ ପରେଡ୍ ପାଇଁ ରିହର୍ସଲ ଆରମ୍ଭ ହୋଇଯାଇଛି । ତେବେ ଜାନୁଆରୀ ୨୬କୁ ନଜରରେ ରଖି ଟ୍ରାଫିକରେ କିଛି ପରିବର୍ତ୍ତନ କରାଯାଇଛି । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି । ଜାନୁଆରୀ 12, ଶୁକ୍ରବାର ଦିନ ଗଣତନ୍ତ୍ର ଦିବସ ପରେଡ ରିହର୍ସଲ ହେତୁ ଦିଲ୍ଲୀ କେନ୍ଦ୍ରୀୟ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଟ୍ରାଫିକ୍ ପ୍ରତିବନ୍ଧକ ଲଗାଯାଇଛି ।
ପରାମର୍ଶଦାତାଙ୍କ ଅନୁଯାୟୀ ଶନିବାର, ରବିବାର, ସୋମବାର ଏବଂ ମଙ୍ଗଳବାର ଦିନ ବିଜୟ ଚୌକ୍ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ କର୍ତ୍ତବ୍ୟପଥ ରାସ୍ତାରେ ରିପବ୍ଲିକ୍ ଡେ ପରେଡ ରିହର୍ସାଲ କରାଯିବ। ଜାନୁଆରୀ ୨୬ ପରେଡ ପାଇଁ ସକାଳ ୭ ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଟ୍ରାଫିକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସୂଚନା ରହିଛି ।

ଏହି ପ୍ରତିବନ୍ଧକ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହିବ । ଏହି ସମୟରେ ବିଜୟ ଚୌକ୍ ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଏବଂ କର୍ତ୍ତବ୍ୟ ପଥ ରାସ୍ତା ମଧ୍ୟ ବନ୍ଦ ରହିବା ନେଇ ସୂଚନା ରହିଛି । ଜାରି କରାଯାଇଥିବା ଚିଠିରେ ମୋଟର ଚାଳକମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବା ଏବଂ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି। ବୁଧବାର ଏବଂ ଗୁରୁବାର ମଧ୍ୟ ଇଣ୍ଡିଆ ଗେଟ୍ ନିକଟରେ ଟ୍ରାଫିକ୍ ସମସ୍ୟା ଦେଖିବା ପାଇଁ ମିଳିଥିଲା ।
ସୂଚନା ଅନୁସାରେ, ୨୬ ଜାନୁଆରୀ ବା ଗଣତନ୍ତ୍ର ଦିବସ ଭାରତର ସମ୍ବିଧାନର ପ୍ରତୀକ ଭାବରେ ପାଳନ କରାଯାଏ । ଆସନ୍ତା ୨୬ ଜାନୁଆରୀ ଦିନ ୧୦ଟାରୁ ବିଜୟ ଚୌକ୍ ଠାରେ ଏକ ସ୍ୱତନ୍ତ୍ର ପରେଡର ଆୟୋଜିତ ହେବ । ତେବେ ପରେଡ୍ ଦେଖିବା ପାଇଁ ଚାହୁଁଥିଲେ ଆପଣ ଟିକେଟ୍ ମଧ୍ୟ ବୁକ୍ କରିପାରିବେ । ଟିକେଟ୍ ବୁକିଂ ଆରମ୍ଭ ହୋଇସାରିଲାଣି । ଅର୍ଥାତ୍ ଜାନୁଆରୀ ୧୦ ରୁ ଜାନୁଆରୀ ୨୫ ଯାଏଁ ଟିକେଟ୍ ଉପଲବ୍ଧ ହେବ । ହେଲେ ପ୍ରତିଦିନ କେବଳ ସୀମିତ ସଂଖ୍ୟାର ଟିକେଟ୍ ମିଳିବ । ପ୍ରତିରକ୍ଷା ମନ୍ତ୍ରଣାଳୟର ଅଫିସିଆଲ୍ ୱେବ୍ ପୋର୍ଟାଲ୍ www.aamantran.mod.gov.in କୁ ଯାଇ ଟିକେଟ୍ ବୁକ୍ କରିପାରିବେ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର












Click it and Unblock the Notifications