Republic Day 2025: ଗଣତନ୍ତ୍ର ଦିବସରେ ୯୪୨ ଯବାନଙ୍କୁ ମିଳିବ ବୀରତା ପୁରସ୍କାର
୨୦୨୫ ଗଣତନ୍ତ୍ର ଦିବସ ଅବସରରେ, ପୋଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ନାଗରିକ ସୁରକ୍ଷା ଏବଂ ସଂଶୋଧନ ସେବାର ୯୪୨ ଜଣ କର୍ମଚାରୀଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ୯୫ ଜଣ ସୈନିକଙ୍କୁ ବୀରତ୍ୱ ପଦକ, ୧୦୧ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ, ୭୪୬ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯାଇଥିଲା।

୯୫ଟି ବୀରତ୍ୱ ପୁରସ୍କାର ମଧ୍ୟରୁ ଅଧିକାଂଶ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କୁ ଦିଆଯାଇଥିଲା। ଏଥିରେ ନକ୍ସଲ ଅଞ୍ଚଳର ୨୮ ଜଣ, ଜମ୍ମୁ ଏବଂ କଶ୍ମୀର ଅଞ୍ଚଳର ୨୮ ଜଣ, ଉତ୍ତର-ପୂର୍ବ ଅଞ୍ଚଳର ୦୩ ଜଣ ସୈନିକ ଏବଂ ଅନ୍ୟାନ୍ୟ ଅଞ୍ଚଳର ୩୬ ଜଣ ସୈନିକଙ୍କୁ ସେମାନଙ୍କର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଉଛି। ଏଥିରେ ୭୮ ଜଣ ପୋଲିସ କର୍ମଚାରୀ ଏବଂ ୧୭ ଜଣ ଅଗ୍ନିଶମ ସେବା କର୍ମଚାରୀ ଅନ୍ତର୍ଭୁକ୍ତ।
ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ପୋଲିସ ପାଇବେ ପଦକ। ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ ସାମଲ ପାଇବେ ରାଷ୍ଟ୍ରପତି ପୁରସ୍କାର। ସେହିପରି କନଷ୍ଟେବଳ ସତ୍ୟବାଦୀ ମଲ୍ଲିକ ରାଷ୍ଟ୍ରପତି ପୁରସ୍କାର ପାଇବେ। ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର। ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ପୁରସ୍କାର ମିଳିବ। ଅଗ୍ନିଶମ ସେବାରେ ଭମରବର ସେଠ୍ଙ୍କୁ ରାଷ୍ଟ୍ରପତି ପୁରସ୍କାର। ସେହିପରି ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର। ହୋମଗାର୍ଡ ଓ ସିଭିଲ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ। ପ୍ରମୋଦ କୁମାର ରାଉତ, ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପଦକ।












Click it and Unblock the Notifications