ଭାରତର ୭୫ତମ ଗଣତନ୍ତ୍ର ଦିବସ:ସେଲିବ୍ରେଟ୍ କଲା ସ୍ପେସାଲ ଡୁଡଲ୍, ଦେଖନ୍ତୁ ଏହାର ସୁନ୍ଦର ଝଲକ
Google Doodle: ଭାରତର 75 ତମ ଗଣତନ୍ତ୍ର ଦିବସର ବିଶେଷ ଉତ୍ସବରେ ଗୁଗୁଲ ଭାରତୀୟଙ୍କ ପାଇଁ ଏକ ସୁନ୍ଦର ଡୁଡଲ ପ୍ରସ୍ତୁତ କରିଛି । ଏହି ଡୁଡଲରେ ଗଣତନ୍ତ୍ର ଦିବସ ପରେଡର ଝଲକ ଦେଖିବା ପାଇଁ ମିଳୁଛି । ଏହା ସହ ଏହି ଡୁଡଲ୍ ଦଶନ୍ଧି ମଧ୍ୟରେ ଭାରତର ବିକାଶକୁ ମଧ୍ୟ ଦର୍ଶାଉଥିବାର ଦେଖିବା ପାଇଁ ମିଳିଛି । ଗୁଗଲର ଏହି ଡୁଡଲରେ ରିପବ୍ଲିକ୍ ଡେ ପରେଡକୁ ତିନୋଟି ଭିନ୍ନ ଭିନ୍ନ ପରଦାରେ ଦେଖିବା ପାଇଁ ମିଳୁଛି ।
ଡୁଡଲରେ ପ୍ୟାରେଡ୍ ପ୍ରଥମ ପରଦାରେ କଳା ଏବଂ ଧଳା ଟିଭିରେ ପ୍ରଦର୍ଶିତ ହୋଇଛି ଏହା ପରେ ଅର୍ଥାତ୍ ଦ୍ୱିତୀୟ ପରଦାରେ, ରିପବ୍ଲିକ୍ ଡେ ପରେଡ ରଙ୍ଗିନ୍ ଟିଭିରେ ଏବଂ ତୃତୀୟ ପରଦାରେ ମୋବାଇଲ୍ ଫୋନରେ ଭାରତର ଗଣତନ୍ତ୍ର ଦିବସ ପରେଡର ଝଲକ ଦେଖିବାକୁ ମିଳୁଛି ।

ତେବେ ଗୁଗୁଲ ଭାରତକୁ ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛି। ଏହି ଡୁଡଲ ବିଷୟରେ ସୂଚନା ଦେଇ ଗୁଗୁଲ କହିଛି, "ଏହି ଡୁଡଲ ଭାରତର ଗଣତନ୍ତ୍ର ଦିବସ ପାଳନ କରେ, ଯାହା 1950 ମସିହାରେ ଯେତେବେଳେ ଭାରତର ସମ୍ବିଧାନ ଗ୍ରହଣ କରାଯାଇଥିଲା ଏବଂ ନିଜ ଲୋକତନ୍ତ୍ର ଦେଶ ଭାବେ ଘୋଷଣା କରିଥିଲା ସେହି ଦିନକୁ ମନେ ପାଇଥାଏ ।
ଏହି ଡୁଡଲକୁ କଳାକାର ବୃନ୍ଦା ଜାଭେରୀ ପ୍ରସ୍ତୁତ କରିଛନ୍ତି । ବୃନ୍ଦା ଜାଭେରୀଙ୍କ ଦ୍ୱାରା ଆଙ୍କାଯାଇଥିବା ଆଜିର ଡୁଡଲରେ ରିପବ୍ଲିକ୍ ଡେ ପରେଡର ତିନୋଟି ଭିନ୍ନ ଭିନ୍ନ ପରଦାରେ ଦେଖିବା ପାଇଁ ମିଳୁଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications