ଗଣତନ୍ତ୍ର ଦିବସ ୨୦୨୪: କେବଳ ମହିଳା କରିବେ ପରେଡ୍
ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଗଣତନ୍ତ୍ର ଦିବସ ପ୍ୟାରେଡରେ କ୍ରମାଗତ ଭାବରେ 'ନାରୀ ଶକ୍ତି' ପ୍ରଦର୍ଶନ କରିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ଏକ ବଡ ନିଷ୍ପତ୍ତି ନେଇଛି । ଆସନ୍ତା ବର୍ଷ ଜାନୁଆରୀ 26ରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରେଡ୍ ସମୟରେ ମାର୍ଚ୍ଚିଂ, ବ୍ୟାଣ୍ଡ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ । ଏହି ପ୍ରସ୍ତାବ ଉପରେ ବ୍ୟାପକ ବିଚାର ଏବଂ ଆଲୋଚନା ପରେ ପ୍ରତିରକ୍ଷା ମନ୍ତ୍ରାଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ମୋଦି ସରକାର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି ତେବେ ଏହା ଏକ ଐତିହାସିକ ନିଷ୍ପତ୍ତି । ରିପବ୍ଲିକ୍ ଡେ ପରେଡ 2024ରେ କେବଳ ମହିଳାମାନେ ଅଂଶଗ୍ରହଣ କରିବା ସହ ଦୁଃସାହସୀକ ସମରକଳା ମଧ୍ୟ ଦେଖାଇବେ । ତେବେ ଗୃହ ମନ୍ତ୍ରାଣାଳୟ ପକ୍ଷରୁ ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରାଣାଳୟକୁ ସୂଚିତ କରାଯାଇଛି ।

ଆସନ୍ତା ବର୍ଷ ଜାନୁଆରୀ 26ରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରେଡରେ କେବଳ ମହିଳାମାନେ ମାର୍ଚ୍ଚିଂ, ବ୍ୟାଣ୍ଡ ଏବଂ ଅନ୍ୟାନ୍ୟ ପ୍ରଦର୍ଶନରେ ଅଂଶଗ୍ରହଣ କରିବେ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ୟାରେଡରେ ଅଂଶଗ୍ରହଣ କରୁଥିବା ସାମରିକ ବାହିନୀ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗକୁ ଚିଠି ଲେଖି ସୂଚନା ଦିଆଯାଇଛି ।
ତେବେ ଲିଙ୍ଗଗତ ସମାନତାକୁ ସୁଦୃଢ କରିବା ପାଇଁ ସଶସ୍ତ୍ର ବାହିନୀ ଅନେକ ପଦକ୍ଷେପ ନେଇଛି, ଯେପରିକି ସେମାନଙ୍କୁ ଭବିଷ୍ୟତର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ କରିବା ଏବଂ ଆର୍ଟିଲିରି ରେଜିମେଣ୍ଟରେ ଅନ୍ତର୍ଭୁକ୍ତ କରିବା ।












Click it and Unblock the Notifications