ଗଣତନ୍ତ୍ର ଦିବସ: ୧୧୩୨ ଜଣ ବୀରଙ୍କୁ ମିଳିବ ସମ୍ମାନ
ଚଳିତ ବର୍ଷ ଦେଶ 75 ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରେ ୧୧୩୨ ବୀରଙ୍କୁ ମିଳିବ ସମ୍ମାନ । ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି ତେବେ ବିଭିନ୍ନ କ୍ଷେତ୍ରରେ ସାହସିକତା ଏବଂ ଉତ୍କୃଷ୍ଠତା ପାଇଁ ଆସନ୍ତା କାଲି ଏମାନଙ୍କୁ ସମ୍ମାନୀତ କରାଯିବ । ତେବେ ଏହି ତାଲିକାରେ ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ ଆଦି କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ନାଁ ସାମିଲ ଅଛି ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯାରି କରାଯାଇଥିବା ସୂଚନା ଅନୁସାରେ, ଚଳିତ ବର୍ଷ ୨ ଜଣ ସୁରକ୍ଷା କର୍ମୀଙ୍କୁ ରାଷ୍ଟ୍ରପତି ସାହସିକାତ ସମ୍ନାନ ପ୍ରଦାନ କରାଯିବ । ସେହିପରି ୨୭୫ ଜଣ ବୀରଙ୍କୁ
ସାହସିକତା ସମ୍ମାନ ପ୍ରଦାନ କରାଯିବ । ତେବେ ଖାସ କଥା ହେଲା ଯେ, କେବଳ ଜମ୍ମୁ କଶ୍ମୀରର ୭୨ ଜଣ ପୋଲିସ କର୍ମୀଙ୍କୁ ସାହସିକତା ପାଇଁ ସମ୍ମାନୀତ କରାଯିବ । ସେହିପରି ମାଓ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରିଥିବା ୧୧୯ ଜଣ ପୋଲିସ କର୍ମଚାରୀ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତର କାର୍ଯ୍ୟ ପାଇଁ ୨୫ ଜଣଙ୍କୁ ଆସନ୍ତା କାଲି ସମ୍ମାନୀତ କରାଯିବ ।
ସେହିପରି ଛତିଶଗଡ଼ରୁ ୨୬ ଜଣ କର୍ମଚାରୀଙ୍କୁ ସମ୍ମାନୀତ କରାଯିବ ଏହାପରେ ଝାଡ଼ଖଣ୍ତରୁ ୨୩ ଜଣ, ମହାରାଷ୍ଟ୍ରରୁ ୧୮, ଓଡ଼ିଶାରୁ ୧୫, ଦିଲ୍ଲୀର ୮, ସିଆରପିଏଫର ୬୫ ଏବଂ ଅନ୍ୟ କେନ୍ଦ୍ରଶାସିତ ରାଜ୍ୟର ସେବା ବିଭାଗର ୨୧ ଜଣ କର୍ମଚାରୀଙ୍କୁ ସାହସିକତା ପୁରଷ୍କାର ପ୍ରଦାନ କରାଯିବ ।
ତେବେ ଏହା ବ୍ୟତୀତ ୧୦୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଯାହା ମଧ୍ୟରୁ ୯୪, ଦମକଳ ସେବାକୁ ୪, ନାଗରିକ ସୁରକ୍ଷା ଏବଂ ହୋମଗାର୍ଡ ସେବାକୁ ୪ଟି ପଦକ ଦିଆଯିବା ନେଇ ଘୋଷଣା କରାଯାଇଛି ।












Click it and Unblock the Notifications