ସୁପ୍ରସିଦ୍ଧ ଊର୍ଦ୍ଦୁ କବି ମୁନଓ୍ଵର ରାଣାଙ୍କ ପରଲୋକ, ଶୋକ ପ୍ରକାଶ କେଲ ପ୍ରଧାନମନ୍ତ୍ରୀ

Renowned Poet Munawwar Rana Passes Away: ପ୍ରସିଦ୍ଧ କହି ମୁନୱର ରାଣାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା ଯେଉଁଥି ପାଇଁ ତାଙ୍କୁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଥିଲା । ଗତକାଲି କାର୍ଡିଆକ୍ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ତେବେ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, 'ମୁନୱର ରାଣା ଜୀଙ୍କର ଦେହାନ୍ତ ଖବର ଜାଣିବା ପରେ ମୁଁ ଦୁଃଖିତ। ଉର୍ଦ୍ଦୁ ସାହିତ୍ୟ ଏବଂ କବିତାରେ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।

ସୂଚନା ଅନୁସାରେ, ଦୀର୍ଘଦିନ ହେବ ମୁନୱର କିଡନୀ ଏବଂ ହାର୍ଟ ଜନିତ ରୋଗରେ ପିଡିତ ଥିଲେ । ଗତ ରାତିରେ ଡାକ୍ତରଖାନାରେ ମୁନୱରଙ୍କ ଦେହାନ୍ତ ହୋଇଛି । ଆଜି ତାଙ୍କର ଅନ୍ତିନ ସଂସ୍କାର କରାଯିବ । ଏନେଇ ତାଙ୍କ ଝିଅଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ମୁନଓ୍ଵର ରାଣାଙ୍କ ପରିବାରରେ ତାଙ୍କ ପତ୍ନୀ, ୪ ଝିଅ ଏବଂ ଗୋଟିଏ ପୁଇ ରହିଛନ୍ତି ।

 Munawwar Rana

ଗତ ୧୫ ଦିନ ହେବ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ତାଙ୍କୁ ମେଦାନ୍ତ ହସ୍ପିଟାଲ ଏବଂ ପରେ ଏସଜିପିଦିଆଇରେ ଭର୍ତ୍ତି କରାଯାଇଥିଲା । ଯେଉଁ ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଅନେକ ଚେଷ୍ଚା ସତ୍ୱେ ଗତକାଲି ସେ ଅନ୍ତିମ ବିଦାୟ ନେଇଛନ୍ତି ।

ପ୍ରସିଦ୍ଧ ଊର୍ଦ୍ଦୁ କବି ଭାବେ ପରିଚିତ ମୁନୱର ୨୦୧୪ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସେ ୧୯୫୨ ମସିହା ନଭେମ୍ବର ମାସ ୨୬ ତାରିଖରେ ଉତ୍ତରପ୍ରଦେଶ ରାଏବରେଲିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅନୱର ରାଣା ଏବଂ ମାତାଙ୍କ ନାମ ଆୟେଶା ଖାତୁନ । ତେବେ କୃଷକ ଆନ୍ଦୋଳନ ସମୟରେ ତାଙ୍କ କବିତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+