ପରଲୋକରେ ଅଗ୍ନି ମିଶାଇଲର ଜନକ ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲ

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଜଣାଶୁଣା ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି । ନ୍ୟୁଜ ଏଜେନ୍ସି ଏଏନଆଇ ଜଣେ ଡିଆରଡିଓ ଅଧିକାରୀଙ୍କ ବୟାନ ଅନୁଯାୟୀ କହିଛି ଯେ ରାମ ନାରାୟଣ ଅଗ୍ରୱାଲଙ୍କର ଗୁରୁବାର ହାଇଦ୍ରାବାଦରେ ୮୪ବର୍ଷ ବୟସରେ ପରଲୋକ ହୋଇଛି।

ଡିଆରଡିଓ ଅନୁଯାୟୀ, ସେ ଅଗ୍ନି କ୍ଷେପଣାସ୍ତ୍ରର ଜନକ ଭାବରେ ମଧ୍ୟ ଜଣାଶୁଣା ଏବଂ ଦେଶରେ ଦୂର ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଅଗ୍ନି କ୍ଷେପଣାସ୍ତ୍ରର ପ୍ରଥମ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ମଧ୍ୟ ଥିଲେ। ସେ ଅଗ୍ନି ମ୍ୟାନ ଭାବରେ ମଧ୍ୟ ଜଣାଶୁଣା।

ପ୍ରଖ୍ୟାତ ଡିଆର୍‌ଡିଓ ମିସାଇଲ ତଥା ଅଗ୍ନି ମିଶାଇଲ୍‌ର ଜନକ ବୈଜ୍ଞାନିକ ରାମ ନାରାୟଣ ଅଗରୱାଲଙ୍କର ପରଲୋକ ଗୁରୁବାର ହାଇଦ୍ରାବାଦର ହୋଇଥ‌ିବା ସୂଚନା ମିଳିଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।ଏହା ବାଦ ଦୂରାଗାମୀ ବାଲିଷ୍ଟିକ୍ ମିଶାଇଲ କାର୍ଯ୍ୟକ୍ରମରେ ବି ତାଙ୍କର ଅବଦାନ ରହିଛି।

Renowned DRDO scientist Ram Narain Agarwal

ଭାରତର କ୍ଷେପଣାସ୍ତ୍ର କ୍ଷମତା ଗଠନରେ ଅଗ୍ରୱାଲ ପ୍ରମୁଖ ଭୂମିକା ନେଇଥିଲେ। ଅଗ୍ନି ମିଶାଇଲର ପ୍ରଥମ ନିର୍ଦ୍ଦେଶକ ଭାବେ ଏହାର ବିକାଶ କ୍ଷେତ୍ରରେ ସେ ଅନେକ ଉଦାହରଣ ସୃଷ୍ଟିକାରୀ କାର୍ଯ୍ୟ କରିଛନ୍ତି। ତାଙ୍କର ନେତୃତ୍ଵ ଏବଂ ଦୂରଦର୍ଶୀତା ପାଇଁ ତାଙ୍କୁ ଅଗ୍ନି ମ୍ୟାନ ବୋଲି କୁହାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+