ମନେ ରହିବେ ବିଜ୍ଞାପନ ଜଗତର ଯାଦୁଗର ପଦ୍ମଶ୍ରୀ ପୀୟୁଷ ପାଣ୍ଡେ, ଆଜିବି ଲୋକଙ୍କ ମନରୁ ଲିଭିନି ତାଙ୍କ ଲେଖା
ମିଲେ ସୁର ମେରା ତୁମହାରା । 'ଅବ୍କି ବାର ମୋଦୀ ସରକାର' । 'ହାମରା ବଜାଜ', 'କୁଛ ଖାସ୍ ହେ ଜିନ୍ଦେଗି ମେଁ' ଏବଂ 'ଥଣ୍ଡା ମତ୍ଲବ କୋକା କୋଲା' । ଏସବୁ ଏବେ ପାଲଟିଯିବ ଇତିହାସ । କାରଣ ଏସବୁର ସ୍ରଷ୍ଟା ଏବେ ପରପାରୀରେ । ନୀରବି ଯାଇଛି ଖ୍ୟାତନାମା ବିଜ୍ଞାପନ ଗୁରୁଙ୍କ ସ୍ୱର । କାରଣ ପୀୟୁଷ ପାଣ୍ଡେଙ୍କର ହୋଇଛି ଦେହାନ୍ତ ।
ଚାରି ଦଶନ୍ଧିରୁ ଅଧିକ ସମୟ ପାଇଁ ଓଗିଲଭି ଇଣ୍ଡିଆ ସହିତ କାମ କରିଥିଲେ। ସେ ୧୯୮୨ ମସିହାରେ ଓଗିଲଭିରେ ଯୋଗ ଦେଇଥିଲେ । ୨୭ ବର୍ଷ ବୟସରେ ସେ ଇଂରାଜୀ ପ୍ରାଧାନ୍ୟ ବିଶିଷ୍ଟ ବିଜ୍ଞାପନ ଶିଳ୍ପରେ ପ୍ରବେଶ କରିଥିଲେ । ଆଉ ସବୁଦିନ ପାଇଁ ବଦଳାଇ ଦେଇଥିଲେ ଟ୍ରେଣ୍ଡ । ତେବା ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ବ୍ୟବସାୟୀ ସୋହେଲ ସେଠ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶୋକ ପ୍ରକାଶ କରିଥିଲେ । ସେ ଲେଖିଛନ୍ତି, "ମୋର ପ୍ରିୟ ବନ୍ଧୁ ପୀୟୁଷ ପାଣ୍ଡେଙ୍କ ଭଳି ଜଣେ ପ୍ରତିଭାଙ୍କ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ ।

ମୋ ହୃଦୟ ଭାଙ୍ଗି ପଡ଼ିଛି। ଭାରତ କେବଳ ଜଣେ ମହାନ ବିଜ୍ଞାପନ ମନକୁ ହରାଇ ନାହିଁ, ବରଂ ଜଣେ ପ୍ରକୃତ ଦେଶପ୍ରେମୀ ଏବଂ ପ୍ରକୃତରେ ଜଣେ ଚମତ୍କାର ମଣିଷକୁ ମଧ୍ୟ ହରାଇଛି।" ସୋହେଲ ସେଠ୍ ଆହୁରି କହିଛନ୍ତି ଯେ ଏବେ ସ୍ୱର୍ଗରେ ମିଲେ ସୁର ମେରା ତୁମହାରା ଶୁଣିବାକୁ ମିଳିବ । ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେଟା ଲେଖିଛନ୍ତି, "ଫେଭିକଲ୍ ବନ୍ଧନ ଭାଙ୍ଗି ଯାଇଛି । ଆଜି, ବିଜ୍ଞାପନ ଜଗତ ତାର ଅଙ୍କୁଶ ହରାଇଲା । ପୀୟୁଷ ପାଣ୍ଡେ, ତୁମର ମଙ୍ଗଳ ହେଉ।"
କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "ପଦ୍ମଶ୍ରୀ ପୀୟୁଷ ପାଣ୍ଡେଙ୍କ ଦେହାନ୍ତରେ ମୋର ଦୁଃଖ ପ୍ରକାଶ କରିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ବିଜ୍ଞାପନ ଜଗତର ଜଣେ ମହାନ ବ୍ୟକ୍ତି, ତାଙ୍କର ସୃଜନଶୀଳ ପ୍ରତିଭା କାହାଣୀ କହିବାକୁ ପୁନଃପରିଭାଷିତ କରିଥିଲେ । ଆମକୁ ସ୍ମରଣୀୟ ଏବଂ ସ୍ଥାୟୀ କାହାଣୀ ଦେଇଥିଲେ।"
ସେ ଆହୁରି କହିଛନ୍ତି, "ମୋ ପାଇଁ, ସେ ଜଣେ ବନ୍ଧୁ ଥିଲେ ଯାହାଙ୍କ ପ୍ରତିଭା ତାଙ୍କ ସତ୍ୟ, ଉଷ୍ମତା ଏବଂ ବୁଦ୍ଧିରେ ଝଲସୁଥିଲା। ମୁଁ ସର୍ବଦା ତାଙ୍କ ସହିତ ମୋର ଆକର୍ଷଣୀୟ ଆଲୋଚନାକୁ ସ୍ମରଣ କରିବି। ସେ ଏକ ଗଭୀର ଶୂନ୍ୟସ୍ଥାନ ଛାଡି ଯାଇଛନ୍ତି ଯାହାକୁ ପୂରଣ କରିବା କଷ୍ଟକର ହେବ। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା।"
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications