Get Updates
Get notified of breaking news, exclusive insights, and must-see stories!

ତେଜସ୍ୱୀ ଓ ଲାଲୁଙ୍କୁ ତେଜ ପ୍ରତାପଙ୍କ ଚେତାବନୀ, କହିଲେ ୨୫ରୁ ୫କୁ ଆସିବାକୁ .....

ବିହାରରେ ଲାଲୁଙ୍କ ପରିବାରର କଳି ଏବେ ଘର ଦାଣ୍ଡରୁ ବାହାରି ରାସ୍ତାରେ ଗଡ଼ିଲାଣି। ରୋହିଣୀ ଆଚାର୍ଯ୍ୟ ଲାଲୁଙ୍କ ପରିବାର ସହିତ ସମ୍ପର୍କ ଛିନ୍ନ କରିବା ନେଇ ସାର୍ବଜନୀନ ଭାବରେ ଘୋଷଣା କରି ସାରିଛନ୍ତି । ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କ ଏଭଳି ଘୋଷଣା ପରେ ଭାଇ ତେଜ ପ୍ରତାପ ଯାଦବ ଜନଶକ୍ତି ଜନତା ଦଳର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, 'ଭଉଣୀ ରୋହିଣୀଙ୍କୁ ଘରୁ ବାହାର କରି ଦିଆଯାଇଛି।। ମୋର ଏବଂ ଜନସାଧାରଣଙ୍କ ପ୍ରଶ୍ନ ଯଦି ଏହା ଜାରି ରହେ, ତେବେ ଆଗାମୀ ଦିନରେ ପରିବାର ଏବଂ ଦଳରେ ରହିବ କିଏ?"

tejpratap

ଯେତେବେଳେ ମୋତେ ଦଳରୁ ବାହାର କରାଯାଇଥିଲା ଲୋକମାନେ ଭାବୁଥିଲେ ଯେ ତେଜ ପ୍ରତାପ ଖୁବ ଖରାପ ମଣିଷ। ମୋତେ ବାହାର କରିଦିଆଯିବା ପରେ କିଛି ଫରକ ପଡ଼ିବ ନାହିଁ। ମୋର ସ୍ୱରକୁ ଦବାଇ ଦିଆଯାଇଥିଲା। ତଥାପି, ମୁଁ ସମ୍ପୂର୍ଣ୍ଣ ହୃଦୟର ସହିତ ଦଳ ପାଇଁ କାମ କରିଥିଲି। କିନ୍ତୁ ଯେଉଁଦିନ ମୁଁ ବାହାରକୁ ଆସି 'ନୂତନ ଆରଜେଡି' ବିଷୟରେ ସତ୍ୟ ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କଲି ତା'ପରେ ସେମାନେ କ'ଣ ହରାଇଛନ୍ତି ତାହା ଅନୁଭବ କରି ପାରିଥିଲେ।

ଏହି ସଂଖ୍ୟାକୁ ପ୍ରକାଶ କରି ତେଜ ପ୍ରତାପ ଦାବି କରି କହିଛନ୍ତି , "ଏହି ସଂଖ୍ୟା ହ୍ରାସ ମୋର ଦୋଷ ନୁହେଁ। ଭାଇ ତେଜସ୍ୱୀ ଏବଂ ବାପା ଲାଲୁ ପ୍ରସାଦ ଯାଦବଙ୍କୁ ମୋ ଚେତାବନୀ ... ଯଦି ପରିସ୍ଥିତି ଏପରି ଜାରି ରହେ, ତେବେ ପରବର୍ତ୍ତୀ ନିର୍ବାଚନରେ ଆରଜେଡି ୨୫ ରୁ ୫ ଆସନକୁ ଖସିବାକୁ ଅଧିକ ସମୟ ନେବ ନାହିଁ। ଏହା ମାତ୍ର ୨୦ ଦିନର ଚମତ୍କାର। ଯଦି ମୁଁ ସମଗ୍ର ବିହାର ଗସ୍ତ କରିଥାଆନ୍ତି, ତେବେ ଚଳିତଥର ଆରଜେଡ଼ି କେବଳ ପାଞ୍ଚଟି ଆସନରେ ଥାଆନ୍ତା। ବିହାରର ଲୋକମାନେ ବୁଝିସାରିଛନ୍ତି ଯେ ଆରଜେଡି ଆଉ ଲାଲୁ ଜିଙ୍କ ବିଚାରଧାରାର ଦଳ ହୋଇ ରହିନାହିଁ, ବରଂ ଜୟଚାନ୍ଦଙ୍କ ଦ୍ୱାରା ଦଖଲ କରାଯାଇଥିବା ଦଳ ହୋଇଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+